ଏମିତି ସ୍ତ୍ରୀଙ୍କୁ ଦୁରୁଜୁହାର, ସ୍ୱାମୀର କିଡନୀ ବିକା ଟଙ୍କା ନେଇ ପ୍ରେମିକ ସହ ଫେରାର

ଯଦି ପୋଷିବାର କ୍ଷମତା ନାହିଁ ବାହା ହଉଥିଲ କାହିଁକି। ଯଦି ରୋଜଗାର ନାହିଁ ତାହାଲେ କିଡନୀ ବିକି ମତେ ଟଙ୍କା ଦିଅ। ପତ୍ନୀଙ୍କ କଥାରେ ନିଜ କିଡନୀ ବିକ୍ରି କରି ଟଙ୍କା ଦେଲେ ସ୍ୱାମୀ। ସେପଟେ ସ୍ୱାମୀର କିଡନୀ ବିକା ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ।

କୋଲକାତା: ପାଖରେ ଟଙ୍କା ନାହିଁ ଯଦି କିଡ଼ନୀ ବିକିଦିଅ। ହେଲେ ମତେ ଟଙ୍କା ଦିଅ। ସ୍ୱାମୀ ପାଖରେ ସ୍ତ୍ରୀର ଜିଦ୍। ସେପଟେ ପତ୍ନୀ ପ୍ରେମରେ ପାଗଳ ହୋଇଥିବା ସ୍ୱାମୀ ଆଉ ବା କ’ଣ କରିବ। ଶେଷରେ କିଡ଼ନୀ ବିକିଦେଲା ଆଉ ସ୍ତ୍ରୀ ହାତରେ ୧୦ ଲକ୍ଷ ଟଙ୍କା ଧରେଇଦେଲା।

ସେପଟେ ସ୍ତ୍ରୀ ପୂର୍ବରୁ କରିଥିବା ଯୋଜନା ଅନୁଯାୟୀ ସ୍ୱାମୀର କିଡନୀ ବିକା ଟଙ୍କାକୁ ନେଇ ପ୍ରେମିକ ସହ ଫେରାର ହୋଇଗଲା। ଏପରି ଏକ ସମ୍ୱେଦନଶୀଳ ଘଟଣା ଘଟିଛି କୋଲକାତାର ହାୱଡା ଶଙ୍କରାଇଲ ଅଞ୍ଚଳରେ।

କାହିଁକି ବିକିଲେ କିଡନୀ: ତେବେ ଘଟଣା ହେଉଛି କିଛି ଦିନ ତଳର ଶଙ୍କରାଇଲ ଅଞ୍ଚଳରେ ରହୁଥିବା ଏକ ପରିବାରର। ପରିବାରରେ ସ୍ୱାମୀ,ସ୍ତ୍ରୀ ଓ ତାଙ୍କ ୧୦ ବର୍ଷର ଝିଅ ରହୁଥାନ୍ତି। କିନ୍ତୁ ପରିବାର ପୋଷିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ପାଖରେ ସେମିତି କିଛି ରୋଜଗାର ନଥାଏ।

ତେଣୁ କିଛିଟା ଲୋନ ମଧ୍ୟ ହୋଇଯାଇଥାଏ। ଯେଉଁଥିପାଇଁ ତାଙ୍କ ପତ୍ନୀ ସବୁବେଳେ ତାଙ୍କୁ ତାନା ମାରନ୍ତି। ଯଦି ପୋଷିବାର କ୍ଷମତା ନାହିଁ ତାହାଲେ ବାହା କାହିଁକି ହେଉଥିଲ।

ଯଦି ଘର ଚଳେଇ ପାରୁନ କି ମତେ ପୋଷି ପାରୁନ କିମ୍ୱା ମୋ ଝିଅର ପାଠପଢ଼ା ପାଇଁ ଖର୍ଚ୍ଚ କରିପାରୁନ। ଆଉ ତା ବାହାଘର ପାଇଁ ଟଙ୍କା ରଖୁନ ତାହାଲେ ନିଜ କିଡନୀ ବିକିଦିଅ।

ନିଜ କିଡନୀ ବିକି ଆମକୁ ଚଳାଅ। ତୁମେ ଯାହା କରୁଚ କର ହେଲେ ମତେ ୧୦ ଲକ୍ଷ ଟଙ୍କା ଦିଅ। କୋଉଠୁ କାମ କରି ହେଉ କିମ୍ୱା ତୁ୍ମ କିଡନୀ ବିକ୍ରି କରି ହଉ। ମତେ ୧୦ ଲକ୍ଷ ଟଙ୍କା ଆଣିକି ଦିଅ।

ସ୍ୱାମୀଙ୍କ ନିଷ୍ପତ୍ତି: ସ୍ତ୍ରୀର ସବୁବେଳେ ଏପରି କଟୁ କଥା ଶୁଣିଶୁଣି ନିଜ ସାମର୍ଥ୍ୟକୁ କୋଷୁଥିଲେ ବ୍ୟକ୍ତି ଜଣକ। କିପରି ଟଙ୍କା ଯୋଗାଡ କରିବେ, ଯଦି କିଡନୀ ବିକିବେ ତାହାଲେ ତାହାକୁ ବିକିବେ। ଏମିତି ଅନେକ ଚିନ୍ତା ତାଙ୍କ ମୁଣ୍ଡକୁ ଆସୁଥିଲା।

ଏମିତି କିଛି ଦିନ କିଡନୀ କିଣାଳିଙ୍କୁ ଖୋଜି ଖୋଜି ଜଣେ ଲୋକଙ୍କୁ ପାଇଲେ। ଯାହାକୁ କିଡନୀ ଦରକାର ହୁଏ ଏବଂ ଉକ୍ତ ବ୍ୟକ୍ତିଙ୍କୁ ସେ ବିକ୍ରି କରନ୍ତି। ଆଉ ତାଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ମଧ୍ୟ ଆଣନ୍ତି।

ସେହି କିଡନୀ ବିକା ଟଙ୍କାରେ ନିଜ ଘରର ଲୋନ ସହ ଆବଶ୍ୟକତା ପୂରଣ କରି ସ୍ଥିତିକୁ ସୁଧାରନ୍ତି। ଝିଅର ପାଠପଢା ପାଇଁ ଖର୍ଚ୍ଚ କରନ୍ତି ଏବଂ ତା ବାହାଘର ପାଇଁ ବି ଟଙ୍କା ରଖନ୍ତି।

ଆଉ ବାକି ଟଙ୍କା ସ୍ତ୍ରୀ ହାତରେ ଧରାଇ ଦିଅନ୍ତି ସ୍ୱାମୀ। ହେଲେ ଏମିତି ଏ ଅବିବେକୀ ସ୍ତ୍ରୀ। ଏମିତି ସ୍ତ୍ରୀଙ୍କୁ ଦୁରୁ ଜୁହାର। ଏମିତି ସ୍ତ୍ରୀ ଜଗତେ ନାହିଁ। ସ୍ୱାମୀର କିଡ଼ନୀ ବିକା ଟଙ୍କାକୁ ନେଇ ପ୍ରେମିକ ସହ ଫେରାର ହୋଇଯାଆନ୍ତି ପତ୍ନୀ।

ପ୍ରେମିକକଙ୍କ ସହ ଫେସବୁକରୁ ପ୍ରେମ: ତେବେ ମହିଳା ଜଣଙ୍କର ପୂର୍ବରୁ ଫେରାର ହୋଇଯାଇଥିବା ପ୍ରେମିକ ସହ କିଛି ସମ୍ପର୍କ ନଥିଲା। ବାହାଘର ପରେ ଧିରେ ଧିରେ ଫେସବୁକରୁ ପ୍ରେମ ହେଲା।

ଆଉ ପ୍ରେମିକର କଥାରେ ସ୍ୱାମୀର କିଡନୀ ବିକ୍ରି କରି ଟଙ୍କା ଆଣିବାକୁ ଡକହିଥିଲା ପ୍ରେମିକ। ଆଉ ପ୍ରେମିକ ପ୍ରେମରେ ଏତେ ଉବୁଟୁବୁ ହେଉଥିଲେ ଯେ ମହିଳା ଶେଷରେ ନିଜ ସ୍ୱାମୀର କିଡନୀ ବିକ୍ରି କରିବାକୁ ବାଧ୍ୟ କରିଦେଲେ। ଆଉ ସେହି ଟଙ୍କାକୁ ନେଇ ପ୍ରେମିକ ସହ ଛୁ ମାରିଲେ।

ପତ୍ନୀଙ୍କ ଠିକଣାରେ ପହଞ୍ଚିଲେ ସ୍ୱାମୀ: ପରେ ଘଟଣା କଥା ସ୍ୱାମୀ ଜାଣିବାକୁ ପାଇବା ପରେ ପତ୍ନୀଙ୍କ ଠିକଣା ଖୋଜିଥିଲେ। ଆଉ କିଛିଦିନ ପରେ ପତ୍ନୀଙ୍କ ଠିକଣା ମଧ୍ୟ ପାଇଲେ।

ଆଉ ସାଙ୍ଗରେ ନିଜ ପରିବାର ଲୋକ ଏବଂ ୧୦ ବର୍ଷର ଝିଅକୁ ଧରି ପତ୍ନୀ ରହୁଥିବା ଘରକୁ ଗଲେ ସ୍ୱାମୀ ଜଣକ। କିନ୍ତୁ ଏମିତି ଏ ରାକ୍ଷସୀ ସ୍ୱାମୀକୁ ଦେଖି କବାଟ ଫାଙ୍କରୁ ଗାଳି ଗୁଲଜ କରିବା ଆରମ୍ଭ କଲା।

ଆଉ ଛାଡ଼ପତ୍ର ଦେବାକୁ ଧମକ ମଧ୍ୟ ଦେଲା। ତେଣୁ ଶେଷରେ ନିରାସ ହୋଇ ସେଠାରୁ ଚାଲିଆସିଲେ ସ୍ୱାମୀ। ଏବଂ ସ୍ୱାମୀଙ୍କ କହିବା କଥା ସେ ଯେତେବେଳେ ପତ୍ନୀଙ୍କ ପାଖକୁ ଯାଇଥିଲେ ସେ ସେତେବେଳେ ତାଙ୍କ ପ୍ରେମିକଙ୍କ ସହ ସେଠାରେ ଥିଲେ।