fbpx

୭୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମହିଳା ଆଜି ଯାଏଁ କରୁଛନ୍ତି ଜୀବନ ଦାନ, ଜାଣନ୍ତୁ କିପରି

ଜେନେଭା: ଜେନେଭାରୁ ଏକ ଆଶ୍ଚର୍ଯ୍ୟ କରିବାପରି ମାମଲା ସାମନାକୁ ଆସିଛି । ୭୦ ବର୍ଷ ପୂର୍ବରୁ କ୍ୟାନସର୍ ରେ ପୀଡ଼ିତ ହୋଇ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଆଜି ବି ସେ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । କଥାଟି ଆଶ୍ଚର୍ଯ୍ୟ କରୁଥିଲେ ବି ସତ । ବାସ୍ତବରେ ସେଠାକାର ଜଣେ ଡାକ୍ତର ଉକ୍ତ ମହିଳାଙ୍କ ଚିକିତ୍ସା କରିବା ବେଳେ ତାଙ୍କ ଶରୀରରୁ ଏକ କୋଷିକା ବାହାର କରିଦେଇଥିଲେ । ଏହାପରେ କୋଷିକାରୁ ବିଭିନ୍ନ ପ୍ରକାରର ରୋଗର ମେଡିସିନ୍ ସେ ତିଆରି କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଛି । ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଅନେକ ଲୋକଙ୍କ ଜୀବନ ଏହି ମେଡିସିନ୍ ରୁ ବଞ୍ଚାଯାଇଛି ।

ଡବ୍ଲୁଏଚଓର ମୁଖ୍ୟ ଡ. ଟେଡ୍ରୋସ ଅଧୋନମ୍ ମରଣୋପରାନ୍ତ ହେନ୍ରିଟ୍ଟା ଲାକ୍ସଙ୍କୁ ସମ୍ମାନିତ କରିଛନ୍ତି । କୁହାଯାଉଛି ଯେ, ହେନ୍ରିଟ୍ଟା ଲାକ୍ସଙ୍କ ମୃତ୍ୟୁ ୭୦ ବର୍ଷ ପୂର୍ବରୁ ଅକ୍ଟୋବର ୧୯୫୧ ମସିହାରେ ହୋଇଯାଇଥିଲା । ହେଲେ ତାଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ତାଙ୍କ ଶରୀରରୁ ଗୁପ୍ତ ଭାବରେ ବାହାର କରାଯାଇଥିବା କୋଷିକା ଆଜି ବି ଲୋକଙ୍କ ଜୀବନ ବଞ୍ଚାଉଛି ।

ତେବେ ତାଙ୍କୁ ସମ୍ମାନିତ କରିବା ସମୟରେ ଟେଡ୍ରୋସ କହିଛନ୍ତି ଯେ, ହେନ୍ରିଟ୍ଟା ଲାକ୍ସଙ୍କୁ ସମ୍ମାନିତ କରୁଥିବାରୁ ମୋତେ ବହୁତ ଗର୍ବ ଅନୁଭବ ହେଉଛି । ସେ କହିଛନ୍ତି, ଡବ୍ଲଚଏଚଓ ସ୍ୱୀକାର କରୁଛି ଯେ, ତାଙ୍କ ସହିତ ବୈଜ୍ଞାନିକୀ ରୂପରେ ଅନ୍ୟାନ୍ୟ ହୋଇଥିଲା । ତାଙ୍କ ଅଶ୍ୱେତ ରଙ୍ଗ ଏବଂ ସେ ମହିଳା ହୋଇଥିବାରୁ ତାଙ୍କୁ ପର୍ଯ୍ୟାନ୍ତ ସମ୍ମାନ ମିଳି ପାରିନଥିଲା । କିନ୍ତୁ ମାନବତାକୁ ବଞ୍ଚାଇବା ଓ ମେଡିକାଲ ସାଇନ୍ସକୁ ବୃଦ୍ଧି କରିବା ଦିଗରେ ତାଙ୍କ ଯୋଗଦାନ ଅନେକ ରହିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ହେନ୍ରିଟ୍ଟା ଲାକ୍ସ ନିଜ ପରିବାର ସହ ଖୁସିରେ ଦିନ କାଟୁଥିଲେ । ହେଲେ ସେ କ୍ୟାନସର୍ ପୀଡ଼ିତ ହେବାପରେ ଡାକ୍ତର ମାନେ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ ହୋଇଥିଲେ ।

ତେବେ ଏହି ସମୟରେ ତାଙ୍କ ଶରୀରରୁ ଡାକ୍ତର ମାନେ “Hela” କୋଷିକାକୁ କାଢ଼ି ନିଆଯାଇଥିଲା । କିନ୍ତୁ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ଏପରି କରାଯାଇଥିଲା । ଏହାପରେ ତାଙ୍କ କୋଷିକାକୁ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା । ଆଉ ଏହି କୋଷିକା ରୋଗୀଙ୍କୁ ବଞ୍ଚାଇବା ଦିଗରେ ରାମ ବାଶ ସଦୃଶ କାମ କରିଥିଲା । ଏହି କୋଷିକା ଉପରେ ଅଧ୍ୟୟନ କରାଯାଇ ବୈଜ୍ଞାନିକ ମାନେ ଏଚପିଭି ଭାକସିନ୍, ପୋଲିଓ ଭାକସିନ୍, ଏଚଆଇଭି/ଏଡସ୍ ମେଡିସିନ୍, ହେମୋଫିଲିୟା, ଲ୍ୟୁକେମିଆ ଭଳି ରୋଗର ମେଡିସିନ୍ ତିଆରି କରାଗଲା । ଖାଲି ସେତିକି ନୁହେଁ କ୍ୟାନସନ୍, ଜିନ୍ ମ୍ୟାପିଂ, ଆଇଭିଏଫ୍ ଭଳି ରୋଗର ଚିକିତ୍ସା ପଦ୍ଧତିକୁ ବିକାଶ ଜୋରସୋରରେ କରାଗଲା ।

Get real time updates directly on you device, subscribe now.