ହଜାରେ ବର୍ଷ ତଳେ ଜାଣି ପାରୁଥିଲେ ପୁଅ ହେବ କି ଝିଅ
ବିନା ଅଲଟ୍ରାସାଉଣ୍ଡରେ ମିଶରବାସୀ କିଭଳି ଜାଣୁଥିଲେ ଗର୍ଭରେ ପୁଅ ଅଛି ନା ଝିଅ
ନୂଆଦିଳ୍ଲୀ: ଦୁନିଆ ବଦଳିବା ସହ ଟେକ୍ନୋଲୋଜି ମଧ୍ୟ ଆଗକୁ ଯାଉଛି। ଆଜି ମଣିଷ ଟେକ୍ନୋଲୋଜିର ବହୁତ ଉର୍ଚ୍ଚରେ ଅଛି। ସାଧାରଣତଃ ଗର୍ଭଧାରଣ ସମୟରେ ମହିଳାଙ୍କ ଅନେକ ପରୀକ୍ଷା ହୋଇଥାଏ।
ଏହି ପରୀକ୍ଷାରେ ମହିଳାଙ୍କ ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଏ। ଯେଉଁଥିରେ ପେଟରେ ବଢ଼ୁଥିବା ବେବି ପୁଅ କି ଝିଅ ଜଣାପଡ଼େ। ପିଲା ସୁସ୍ଥ ଅଛି କି ନାହିଁ ମଧ୍ୟ ଡାକ୍ତର ଜାଣିପାରନ୍ତି। ହେଲେ ଏବେ ରାଜ୍ୟ ହେଉ କି ରାଜ୍ୟ ବାହାରେ ଭ୍ରୁଣ ପୁଅ କି ଝିଅ କହିବା ଆଇନଗତ ଅପରାଧ ।
ଯେତେବେଳେ ଅଲଟ୍ରାସାଉଣ୍ଡ ମେସିନ୍ କିମ୍ବା ଗର୍ଭଧାରଣ କିଟ୍ ଉଦ୍ଭାବିତ ହୋଇନଥିଲା, ସେତେବେଳେ ଆମର ପୂର୍ବ ପୁରୁଷମାନେ କିପରି ଜାଣିପାରୁଥିଲେ ଯେ ଜଣେ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ? ଆପଣ କେବେ ଭାବିଛନ୍ତି କି?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଜାର ହଜାର ବର୍ଷ ପୂର୍ବେ ମଧ୍ୟ ଗର୍ଭଧାରଣ ପରୀକ୍ଷା କରାଯାଉଥିଲା। ଗହମକୁ ବ୍ୟବହାର କରି ଗର୍ଭାବସ୍ଥା ପରୀକ୍ଷା କରାଯାଉଥିଲା।
ଗର୍ଭବତୀ ମହିଳା ପୁଅ ଜନ୍ମ କରିବେ କି ଝିଅ ଜନ୍ମ କରିବେ ତାହା ମଧ୍ୟ କୁହାଯାଉଥିଲା। ପୂର୍ବେ ମିଶରରେ ଏପରି ଗର୍ଭଧାରଣ ପରୀକ୍ଷା କରାଯାଇଥିଲା।
ଲିଖିତ ଦଲିଲ ଅନୁଯାୟୀ, ଖ୍ରୀଷ୍ଟପୂର୍ବ ୧୫୦୦ ରୁ ୧୩୦୦ ମଧ୍ୟରେ ମହିଳାଙ୍କ ଗର୍ଭଧାରଣ ଯାଞ୍ଚ କରିବା ପାଇଁ ଗହମ ଶସ୍ୟ ବ୍ୟବହାର କରାଯାଉଥିଲା।
ଏହି ସମୟରେ, ମହିଳାମାନଙ୍କୁ ସେମାନଙ୍କର ପରିସ୍ରାକୁ ଗହମ ବ୍ୟାଗରେ କିମ୍ବା ମାଣ୍ଡିଆ ବ୍ୟାଗ୍ରେ ରଖିୁଥିଲେ। କିଛି ସମୟ ପରେ ଏହି ବ୍ୟାଗଟିକୁ ଖୋଲି ଯାଞ୍ଚ କରାଯାଇଥିଲା।
ଯଦି ଗହମ ଗଜା ହୁଏ, ତେବେ ବିଶ୍ୱାସ କରାଯାଉଥିଲା ଯେ ମହିଳା ଜଣକ ଗର୍ଭବତୀ ଥିଲେ। ଯଦି କିଛି ହୋଇନଥାଏ, ତେବେ ଏହାର ଅର୍ଥ ହେଉଛି ଯେ ମହିଳା ଜଣକ ଗର୍ଭବତୀ ନଥିଲେ ।
ସୂଚନା ଅନୁଯାୟୀ, ଯଦି ବ୍ୟାଗରେ କେବଳ ଯବ ଦାନା ଗଜା ହୁଏ, ତେବେ ବିଶ୍ୱାସ କରାଯାଉଥିଲା ଯେ ମହିଳା ଜଣକ ଏକ ପୁଅ ଜନ୍ମ କରିବେ, ଯେତେବେଳେ ଗହମ ଦାନା ଗଜା ହୁଏ, ତେବେ ଏହାକୁ ଝିଅ ଜନ୍ମର ସଙ୍କେତ ବୋଲି କୁହାଯାଉଥିଲା।
କେବଳ ଏତିକି ନୁହେଁ, ପ୍ରାଚୀନ କାଳରେ ଅନେକ ମହିଳା ଗର୍ଭବତୀ ମହିଳାଙ୍କ ପେଟ ଦେଖି ପିଲାଟି ପୁଅ ହେବ କି ଝିଅ ହେବ ତାହା କହୁଥିଲେ ।