fbpx

Recurring Depositରେ ମିଳୁଛି ୮.୫ ପ୍ରତିଶତ ସୁଧ: ତିନୋଟି ବ୍ୟାଙ୍କରେ ନିବେଶ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ଆଶାରେ ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ଆଜିକାଲି ବଜାରରେ ମିଳୁଥିବା କିଛି ନିବେଶ ସ୍କିମରେ ହାଇ ରିଟର୍ଣ୍ଣ ମିଳୁଥିଲେ ହେଁ ସେଥିରେ ଅଧିକ ରିସ୍କ ରହିଥାଏ । ଏପରିକି ଅନେକ ସମୟରେ ମୂଳ ପୁଞ୍ଜି ମଧ୍ୟ ବୁଡ଼ିଯିବାର ଆଶଙ୍କା ରହିଥାଏ ।

ଯଦି ଆପଣମାନେ ଏଭଳି ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ଆପଣଙ୍କ ପାଇଁ ରିକରିଂ ଡିପୋଜିଟ (ଆରଡି) ଏକ ବଢ଼ିଆ ବିକଳ୍ପ । ଆପଣମାନେ ବିଭିନ୍ନ ବ୍ୟାଙ୍କର ଆରଡିରେ ନିବେଶ କରି ୮ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ସାଧାରଣ ଗ୍ରାହକଙ୍କୁ ୬ରୁ ୧୨ ମାସିଆ ଆରଡି ଉପରେ ୭ ପ୍ରତିଶତ, ୧୨ରୁ ୨୪ ମାସିଆ ଆରଡି ଉପରେ ୭.୫ ପ୍ରତିଶତ, ୨୪ରୁ ୩୬ ମାସିଆ ଆରଡି ଉପରେ ୭.୫୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏଥିସହିତ ଏହି ଅବଧି ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ଯଥାକ୍ରମେ ୭.୯୫, ୮.୪୫ ଓ ୮.୫ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ସେହିପରି ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ସାଧାରଣ ଗ୍ରାହକଙ୍କୁ ୧ ବର୍ଷିଆ ଆରଡି ଉପରେ ୮.୪୫ ପ୍ରତିଶତ, ୮୦ ସପ୍ତାହର ଆରଡି ଉପରେ ୮.୪୫ ପ୍ରତିଶତ, ୧୩ ମାସରୁ ୫୫୯ ଦିନିଆ ଆରଡି ଉପରେ ୮.୨ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୩ରୁ ୧୫ ମାସିଆ ଆରଡି ଉପରେ ୭.୫ ପ୍ରତିଶତ, ୧୬ରୁ ୧୮ ମାସିଆ ଆରଡି ଉପରେ ୭.୫ ପ୍ରିଶତ, ୨୫ରୁ ୩୬ ମାସିଆର ଆରଡି ଉପରେ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏଥିସହିତ ଏହି ଅବଧିରେ ବରିଷ୍ଠ ନାଗରିକଙ୍କୁ ଯଥାକ୍ରମେ ୮ ପ୍ରତିଶତ, ୮ ପ୍ରତିଶତ ଓ ୮.୨୫ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.