ଉତ୍ତରପ୍ରଦେଶ: ଭୟଙ୍କର ଅଗ୍ନିକାଣ୍ଡ। ୫ ମହଲା କୋଠାରେ ଲାଗିଲା ନିଆଁ। ଗୋଟିଏ ପରିବାରର ୫ ଜଣ ଜିଅନ୍ତା ଜଳି ମୃତ। ପାଖାପାଖି ୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ସମସ୍ତ ମୃତଦେହ।
ହଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁର ଗାନ୍ଧୀ ନଗରରେ। ରବିବାର ଦିନ ରାତି ପ୍ରାୟ ୮ଟା ସମୟରେ ସର୍ଟ ସର୍କିଟରୁ କୋଠାରେ ନିଆଁ ଲାଗିଥିଲା। ଆଉ ହଠାତ୍ ନିଆଁ ଏତେ ବଢି ଯାଇଥିଲା ଯେ, ବାପା-ମା’ ଙ୍କ ସମତେ ୩ ଝିଅ ସେହି ନିଆଁ ଭିତରେ ଫସି ଯାଇଥିଲେ।
ଆଉ ବାହାରକୁ ବାହାରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ତେଣୁ ସେହି ଘର ଭିତରେ ବାପା- ମାଆଙ୍କ ସହ ୩ ଝିଅ ନିଆଁରେ ଜୀଅନ୍ତା ଜଳି ମରିଗଲେ। ଆଉ ନିଶ୍ଚିନ୍ନ ହୋଇଗଲା ପୁରା ପରିବାର।
ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିବାକୁ ବୋହୁତ ଚେଷ୍ଟା କଲେ, ହେଲେ ନିଆଁ ଏତେ ଜୋରେ ବ୍ୟାପି ଯାଇଥିଲା ଯେ, ଆୟତ୍ତ ହେବାର ନାଁ ଧରୁ ନ ଥିଲା। ତେଣୁ ପାଖାପାଖି ୮ ଘଣ୍ଟା ପରେ ନିଆଁ ଆୟତ୍ତ ହେଲା।
ହେଲେ ସେତେବେଳକୁ ସବୁ କିଛି ଛାର ଖାର ହୋଇଯାଇଥିଲା। ୮ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ରାତି ୩ଟାରେ ସମସ୍ତଙ୍କ ମୃତଦେହ କୋଠାରୁ ବାହାରକୁ ଅଣାଯାଇଥିଲା।