fbpx

(Video) ଏମିତିବି ଆସେ ମୃତ୍ୟୁ! ଟ୍ରକ୍ ତଳେ ଚାପି ହୋଇ ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତ୍ୟୁ…

ପଞ୍ଜାବରେ ନୱାସହର ଜିଲ୍ଲାରେ ଚଣ୍ଡିଗଡ଼ ଫଗୱାଡ଼ା ସଡ଼କରେ ମଙ୍ଗଳବାର ଏକ ଭୀଷଣ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଏକ କାରରେ ଥିବା ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି ।

ଭିଡିଓରେ ଦେଖାଯାଉଛି ଏକ ମାଲ ବୋଝେଇ ଟ୍ରକ ଦ୍ରୃତଗତିରେ ମୋଡ଼ ନେବାକ ଚେଷ୍ଟା କରୁଛି । ଆଉ ଏତିକି ବେଳେ ଟ୍ରକ୍ ସନ୍ତୁଳନ ହରାଇ ରାସ୍ତାରେ ଓଲଟି ପଡ଼ୁଛି । ଏଥିରେ ସାମ୍ନାରୁ ଆସୁଥିବା ଦୁଇ କାର୍ ଧକ୍କା ହେଉଛି । ଏଥିରୁ ଗୋଟିଏ କାରକୁ ସେହି ଟ୍ରଲର ତଳେ ହିଁ ଚାପି ହୋଇଯାଉଛି ।

ସେହି କାରରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ଏକ ପୁଅ ଥିଲେ । ଏମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସେହିଭଳି ଅନ୍ୟ ଏକ କାରରେ ଥିବା ତିନିଜଣ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.