fbpx
BSKY
BJD YOUTH SKY
BJD MS SKY

‘ବନ୍ଦେ ଭାରତ’ ଟ୍ରେନ୍ କୁ ନେଇ ଅଶ୍ୱିନୀ ବୈଷ୍ଣବ ନେଇ ବଡ଼ ଘୋଷଣା…

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଭଲ ଖବର । ଭାରତୀୟ ରେଳବାଇ ୩୦ ସେପ୍ଟେମ୍ବର ଠାରୁ ବନ୍ଦେ ଭାରତ ଟ୍ରେନ୍ କୁ ଅପଗ୍ରେଡ ଭର୍ସନ ‘ବନ୍ଦେ ଭାରତ ୨’ କୁ ଲଞ୍ଚ କରିବାର ଯୋଜନା କରୁଛନ୍ତି । ବିଶେଷ ଭାବରେ ନୂଆ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀଙ୍କ ଅଧିକ ଉକ୍ରୃଷ୍ଟ ରେଲୱେ ସୁବିଧା ପ୍ରଦାନ କରିବେ । ରେଳ ମନ୍ତ୍ରାଳୟର ଘୋଷଣା ଅନୂଯାୟୀ ହାଇ-ସ୍ପିଡ ଟ୍ରେନ୍ ର ଉନ୍ନତ ସଂସ୍କରଣ ଭଲ ସୁବିଧା ଏବଂ ଅଧିକ ଆଡଭାନ୍ସ ଟେକନିକ୍ ଖଚିତ ହୋଇଛି ।

ଯଦି ସବୁକିଛି ଯୋଜନା ଅନୁଯାୟୀ ହେବ ତେବେ ବନ୍ଦେ ଭାରତ ଟ୍ରେନର ୩୦ ସେପ୍ଟେମ୍ବରରୁ ଚାଲିବା ଆରମ୍ଭ ହେବା ନେଇ ଆଶା କରାଯାଉଛି । ଏନେଇ ବିବୃତ୍ତି ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଟ୍ରେନକୁ ସିଆରଏସ ମଞ୍ଜୁରୀ ମିଳିସାରିଛି । ଅର୍ଥାତ୍ ଏବେ ଟ୍ରେନ୍ ଚାଲିବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ । କୁହାଯାଉଛି ଯେ ୩୦ ସେପ୍ଟେମ୍ବରରେ ଅହମଦାବାଦ ରୁ ଟ୍ରେନକୁ ସବୁଜ ପତାକା ଦେଖାଇ ଆରମ୍ଭ କରାଯାଇପାରେ ।

ନୂଆ ବନ୍ଦେ ଭାରତ ଟ୍ରେନରେ ଅଧିକ ସ୍ପିଡରେ ଗତି କରିବ । ଟେନରେ ଏଲଇଡି ଟିଭି, ୱାଇଫାଇ, ଏୟାର ପ୍ୟୁରିଫିକେସନ ସିଷ୍ଟମ ୟୁନିଟ୍ ଭଳି ଅନେକ ଆଡଭାନ୍ସ ସିଷ୍ଟମ ରହିଛି ।

Get real time updates directly on you device, subscribe now.