fbpx

ଅବସର ନେବେ କିଙ୍ଗ କୋହଲି? ବିରାଟଙ୍କୁ ଉପଦେଶ ଦେଲେ ପୂର୍ବତନ ଖେଳାଳି, ବର୍ଷିଗଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ନିଜ ପୁରୁଣା ଫର୍ମ ହାସଲ କରି ନେଇଛନ୍ତି ବିରାଟ କୋହଲି । ଏବେ ବିଶ୍ୱକପରେ ଧମାଲ କରିବା ବାକି ରହିଛି । ତେବେ ଏହି ସମୟରେ ବିରାଟଙ୍କୁ ନେଇ ମିଳିଛି ଏକ ବଡ ଖବର । କ୍ରିକେଟକୁ ଅବସର ନେବାକୁ ଯାଉଛନ୍ତି ରନ ମେସିନ କୋହଲି । ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ତେବେ ଏକଥା ଆମେ କହୁନୁ, କିଙ୍ଗ କୋହଲିଙ୍କୁ ଏମିତି ଉପଦେଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଶାହୀଦ ଆଫ୍ରିଦି । ଯାହାପରେ ସେ କ୍ରିକେଟ ଫ୍ୟାନ୍ସମାନଙ୍କ ଟାର୍ଗେଟ ହୋଇଯାଇଛନ୍ତି ।

ସମୟ ଅନୁସାରେ ବିରାଟଙ୍କୁ କ୍ରିକେଟ ଜଗତରୁ ବିଦାୟ ନେଇଯିବା ଆବଶ୍ୟକ ବୋଲି କହିଥିଲେ ଆଫ୍ରିଦି । ନଚେତ ଦଳ ତାଙ୍କୁ ଡ୍ରପ କରିଦେବ ବୋଲି ସେ କହିଥିଲେ । ଯାହାକୁ ଜବରଦସ୍ତ ଆଟାକ କରିଛନ୍ତି ପୂର୍ବତନ କ୍ରିକେଟର ଅମିତ ମିଶ୍ରା । ଆଫ୍ରିଦିଙ୍କ ଏହି ଉପଦେଶର ଜବାବରେ ସେ ଆଫ୍ରିଦିଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି ଯେ, କିଛି ଖେଳାଳି କେବଳ ଥରେ ମାତ୍ର ଅବସର ନିଅନ୍ତି । ତେଣୁ କୋହଲିଙ୍କୁ ଏସବୁରୁ ବାଦ ଦିଅନ୍ତୁ ବୋଲି ରିପ୍ଲାଏ କରିଛନ୍ତି ଅମିତ ।

ଶାହିଦ ଆଫ୍ରିଦି ୨ ଥର କ୍ରିକେଟରୁ ଅବସର ନେଇଥିଲେ । ୨୦୧୭ ଫେବୃୟାରୀରେ କ୍ରିକେଟରୁ ବିଦାୟ ନେବା ପରେ ପୁଣି ଥରେ ୨୦୧୮ରେ ଟିମକୁ ଫେରିଥିଲେ ଆଫ୍ରିଦି । ତେଣୁ ଅମିତ ମିଶ୍ରା ତାଙ୍କୁ ଏମିତି କହି ଟ୍ରୋଲ କରିଛନ୍ତି । ତେବେ ବିରାଟ କୋହଲି ଫର୍ମକୁ ଫେରିବା ପରେ ଏବେ ଭାରତ ଆହୁରି ଶକ୍ତିଶାଳୀ ହୋଇଯାଇଛି । ବିରାଟଙ୍କ ଏହି ଫର୍ମ ଭାରତକୁ ଟ୍ରଫି ଜିତାଇବାରେ ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.