ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ । ସମ୍ବଲପୁର, ବାଲେଶ୍ୱର ଓ ଗଞ୍ଜାମରେ ନୂଆ ଓମଫେଡ୍ ପ୍ଲାଣ୍ଟ ଖୋଲିବା ନେଇ ସମୀକ୍ଷା ବୈଠକ ପରେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଏହା ସହ ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ ହେବ ବୋଲି ସେ କହିଥିଲେ ।
ଓମଫେଡ୍ କ୍ୱାଲିଟି ଓ କ୍ୱାଣ୍ଟିଟି ପାଇଁ ପ୍ଲାଣ୍ଟରେ ସିସିଟିଭି ସୁବିଧା ରହିବ । ଖୁବ ଶୀଘ୍ର ଓମଫେଡ୍ ପାଣି ଓ ଚକଲେଟ୍ ବଜାରକୁ ଆସିବ । ବିଭିନ୍ନ ପଂଚାୟତରେ ଓମଫେଡ୍ ପାର୍ଲର ଓ କ୍ଷୀର ଧାରା ମିଶନ ଖୋଲିବ । ସ୍ଥାନରେ ଓମଫେଡ୍ ପାର୍ଲର ଖୋଲାଯିବ । ଏବେ ୨୦ଟି କ୍ଷୀର ଧାରାକେନ୍ଦ୍ର ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । କ୍ଷୀରଧାରା କେନ୍ଦ୍ରରେ କ୍ଷୀର ଦେଲେ ଡିବିଟି ଜରିଆରେ ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । ଏହି ପରିପ୍ରେକ୍ଷୀରେ ଶୀଘ୍ର ଡିବିଟି ଲାଗୁ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।