fbpx

ସରକାରୀ କର୍ମଚାରୀଙ୍କର ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା: ମୁଖ୍ୟମନ୍ତ୍ରୀ ହେବ ତ ଏମିତି, ଜାଣନ୍ତୁ କେଉଁ ରାଜ୍ୟରେ

ନୂଆଦିଲ୍ଲୀ: ସାଧାରଣ ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ସବୁବେଳେ କିଛି ନୂଆ ଘୋଷଣାକୁ ଚାହିଁ ରହିଥାନ୍ତି । ତେବେ ନିକଟରେ ଦେଶର ଏକ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇଛି । ଏହି ଘୋଷଣା ଫଳରେ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀମାନେ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଖବର ମୁତାବକ, ଉତ୍ତରପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ଭେଟି ଦେଇଛନ୍ତି । କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଘୋଷଣା ଫଳରେ ଏବେ କର୍ମଚାରୀଙ୍କ ଡିଏ ୩୧ରୁ ବୃଦ୍ଧି ପାଇ ୩୪ ପ୍ରତିଶତରେ ପହଞ୍ଚିଛି । ଏହି ବୃର୍ଦ୍ଧିତ ଡିଏ ଗତ ଜାନୁଆରୀ ମାସରୁ ଲାଗୁ ହେବ ।

ତେବେ ଯୋଗୀ ସରକାରଙ୍କ ଏହି ପଦକ୍ଷେପ ପରେ ରାଜ୍ୟର କର୍ମଚାରୀଙ୍କୁ ଡିଏ ଅଗଷ୍ଟ ମାସରୁ ମିଳିବା ଆରମ୍ଭ ହେବ । କର୍ମଚାରୀଙ୍କ ଓ ପେନସନଧାରୀଙ୍କ ବର୍ଦ୍ଧିତ ଡିଏ ଓ ଡିଆର ମଞ୍ଜୁରୀ ନେଇ ଅର୍ଥ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । କର୍ମଚାରୀଙ୍କର ୩ ପ୍ରତିଶତ ଡିଏ ବୃଦ୍ଧି ହେବା ଫଳରେ ଡିଏ ଓ ଡିଆର ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଅତିରିକ୍ତ ୨୨୦ କୋଟି ବହନ କରିବେ ।

Get real time updates directly on you device, subscribe now.