fbpx

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ପୁରୀ ହୋଇ ଉଠିଛି ଉତ୍ସବ ମୁଖର । ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଆଜି ସମାପନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ତେବେ ଏହା ମଧ୍ୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନର ରଥକୁ ଭକ୍ତମାନେ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି । ସବାଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥକୁ ବିଜେ କରିବା ପରେ ଆରମ୍ଭ ହୋଇ ନନ୍ଦିଘୋଷ ରଥ ଟଣା ।

ରଥଟଣା ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଡ଼ଦାଣ୍ଡରେ ଛେରାପହଁରା କରିଥିଲେ । ପରମ୍ପରା ଅନୁଯାୟୀ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ପରିଷ୍କୃତ କରିଥିଲେ । ଦେବ ଶ୍ରୀନଅରରୁ ମହାରାଜା ତାମଯାନରେ ଆସି ରଥ ଉପରେ ଛେରାପହଁରା କରିଥିଲେ । ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩ ଘଣ୍ଟା ପୂର୍ବରୁ ଶ୍ରୀଜୀଉଙ୍କ ଘୋଷଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା ।

ଆଜି ସକାଳୁ ମଙ୍ଗଳ ଆତଳି ପରେ ମଇଲମ, ତଡ଼ପଲାଗି ଓ ଅବକାଶ, ସୂର୍ଯ୍ୟପୂଜା, ବେଶ ଶେଷ, ଦ୍ୱାରପାଳ ପୂଜା, ଖେଚୁଡ଼ି ଭୋଗ ନୀତି ଶେଷ ହୋଇଥିଲା । ରଥକୁ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ କରିଥିଲେ । ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିଥିଲେ । ଏହାପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଦର୍ଶନ କରିଥିଲେ ।

Get real time updates directly on you device, subscribe now.