fbpx

ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ, ୩ ଗିରଫ

ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ ହୋଇଥିବା ନେଇ ସୂଚନା ରହିଛି । ଆଜି ନୟାଗଡ଼ ରଣପୁର ଅଞ୍ଚଳରୁ ୨ଟି କଲପତରିଆ ବାଘଛାଲ ଜବତ କରାଯାଇଛି । ୨ଟି ବାଘ ଛାଲ ଜବତ ସହ କ୍ରାଇମବ୍ରାଞ୍ଚ ଏସଟିଏଫ ଜଣଙ୍କୁ ଗିରଫ କରିଛି । ସେହିପରି ଗତ ୮ତାରିଖରେ ଦଶପଲ୍ଲା ଅଞ୍ଚଳରୁ ୨ଟି ବାଘଛାଲ ଜବତ କରାଯାଇଥିଲା । ସେତେବେଳେ ମଧ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.