fbpx

କଣାସରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ମନରେ କୋକୁଆ ଭୟ

କଣାସ (ଭାସ୍କର ନ୍ୟୁଜ୍‌): କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ ବାଘକୁ ଦେଖିଥିଲେ । ଯୁବକମାନେ ବାଘକୁ ଦେଖିବାପରେ ଗ୍ରାମକୁ ଯାଇ ଗ୍ରାମବାସୀମାନଙ୍କୁ ଜଣାଇବାରୁ କେତେକ ଗ୍ରାମବାସୀ ଲାଇଟ୍‌ ଏବଂ ଠେଙ୍ଗାବାଡି ଧରି ବାଘକୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ବାଘ ସମ୍ପର୍କରେ କଣାସ ତହସିଲଦାର ଲକ୍ଷ୍ମିଧର ମହାରଣା, କଣାସ ଥାନା ଆଇ.ଆଇ.ସି ସୁଜିତ୍‌ ଦାସ ଏବଂ ଖୋର୍ଦ୍ଧ ବନ୍ୟା ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ବନବିଭାଗ ଅଧିକାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜା ଖୋଜି କରି ବାଘକୁ ନ ପାଇ ଫେରିଯାଇଥିଲେ । ବାଘ ଆସିଥିବା ଖବର ଗାଁ ଗହଳିରେ ପ୍ରଚାର ହୋଇଯିବାରୁ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.