fbpx

ଜମି ଜାଲିଆତିରେ ମାମଲାରେ ଗିରଫ ହେଲେ ତହସିଲଦାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ଆଜି ଜଣେ ତହସିଲଦାର୍ ଆଜି ଗିରଫ ହୋଇଛନ୍ତି । ତହସିଲଦାର୍ ଙ୍କ ସମେତ ୪ ଜଣ ଆରଆଇ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି । କୁଜଙ୍ଗର ପୂର୍ବତନ ତହସିଲଦାର୍ ରମେଶ ଚନ୍ଦ୍ର ପଣ୍ଡା ଗିରଫ ହୋଇଛନ୍ତି । ତହସିଲଦାର୍ ରମେଶ ଚନ୍ଦ୍ର ପଣ୍ଡା ଓ ୪ଜଣ ଆରଆଇ ଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଯେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲରେ ଜାଲିଆତି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଆଜି ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିଲା । ଗିରଫ ହୋଇଥିବା ରମେଶ ଚନ୍ଦ୍ର ପଣ୍ଡା ବର୍ତ୍ତମାନ ଭଦ୍ରକ ଜିଲ୍ଲା ତିହିଡ଼ିର ତହସିଲଦାର୍ ଅଛନ୍ତି । ତେବେ ମୋଟ ୧୬ ଜଣଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି ଭିଜିଲାନ୍ସ ଏସପି ।

Get real time updates directly on you device, subscribe now.