fbpx

ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଆଦେଶ ଦେଲେ ହାଇକୋର୍ଟ, କହିଲେ- ସମୟ ଦ୍ରୁତ ଗତିରେ ବଦଳୁଛି…

ଚଣ୍ଡିଗଡ଼: ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଯୋଗାଇ ଦେବା ଆଦେଶ ଦେଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଏଥିସହ ଅଦାଲତ କହିଛନ୍ତି ସମୟ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ଆମକୁ ସେହି ଅନୁସାରେ ଖାପ ଖୁଆଇ ଚଳିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଆମକୁ ପରମ୍ପରାଗତ ସମାଜର ଦୃଷ୍ଟିକୋଣକୁ  ବଦଳାଇବାକୁ ପଡିବ। ପଞ୍ଜାବର ଫାଜିଲକା ଜିଲ୍ଲାରେ ଏକ ଲିଭ୍ ଇନ ଦମ୍ପତ୍ତିଙ୍କ ଆବେଦନ ଉପରେ ଶୁଶାଣି କରି ବିଚାରପତି ଅନୁପ ଚିତକାରା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଅଞ୍ଚଳ ସମୟ ସହିତ ପଛରେ ରହି ଯାଇଥିଲା ଏବଂ ଯେଉଁଠି ପୁରୁଣା ଚିନ୍ତାଧାରା ଚାଲି ଆସିଛି, ଆଜି ସେଠାକାର ସମାଜ ମଧ୍ୟ ବଦଳିବାରେ ଲାଗିଛି।

ବିଚାରପତି କହିଛନ୍ତି, ଆମେ ଆଇନର ଶାସନରେ ଚାଲୁଛନ୍ତି ଏବଂ ସାମ୍ବିଧାନିକ ଧର୍ମର ପାଳନ କରୁଛନ୍ତି। ବଦଳୁଥିବା ସମାଜରେ ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି। ଏବେ ସମୟ ଆସି ଯାଇଛି ଆମକୁ ପରମ୍ପରାଗତ ସମାଜର ଦୃଷ୍ଟିରୁ ଅଲଗା ଦେଖିବା ଆରମ୍ଭ କରିବା ଦେବା ଉଚିତ୍। ଏଥିସହ ବିଚାରପତି ଅନୁପ ଚିତକାରା ପଞ୍ଜାବର ଫାଜିଲକା ଲିଭ୍ ଇନ ଦମ୍ପତ୍ତିଙ୍କୁ ସୁରକ୍ଷା ଦେବାକୁ ଆଦେଶ ଦେଇଛନ୍ତି। ଘଟଣାଟି ହେଉଛି ମହିଳା ବିବାହିତ ଏବଂ ନିଜ ପତିଙ୍କଠୁ ଅଲଗା ହୋଇ ଅନ୍ୟ ପୁରୁଷଙ୍କ ସହ ରହୁଛନ୍ତି। ଏହା ଉପରେ ପରିବାର ଲୋକଙ୍କ ଘୋର ଆପତ୍ତି ରହିଛି। ତେଣୁ ନିଜର ସୁରକ୍ଷା ପାଇଁ ଦମ୍ପତ୍ତି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ହାଇକୋର୍ଟ କହିଛନ୍ତି, କୌଣସି ବି ବ୍ୟକ୍ତିଙ୍କୁ ଅନୁଚ୍ଛେଦ ୨୧ ଆଧାରରେ ବଞ୍ଚିବାର ଅଧିକାର ରହିଛି। ସେମାନଙ୍କର ସୁରକ୍ଷା ସୁନଶ୍ଚିତକ କରିବା ରାଜ୍ୟ ସରକାରଙ୍କ କାମ। ଦମ୍ପତ୍ତିଙ୍କୁ ସୁରକ୍ଷା ଦେବା ଆଦେଶ ସହ ଅଦାଲତଙ୍କ ଟିପ୍ପଣୀକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.