fbpx

ବୟସ ହେବା ପୂର୍ବରୁ କେଶ ପାଚୁଥିଲେ ଆପଣାନ୍ତୁ ଏହି ଦେଶୀ ଉପଚାର

Advertisement

ଆଜିକାଲିର ଯୁଗ ରେ ଅଧିକ ବୟସ ହେବା ପୂର୍ବରୁ କେଶ ଧଳା ପଡିଯିବା ଅତି ସାଧାରଣ କଥା। ତେଣୁ ଯୁବପିଢି ମାନେ ଏହି ପାଚିଲା କେଶକୁ ଲୁଚାଇବା ପାଇଁ କେମିକାଲ୍ସ୍‌ ବ୍ୟବହାର କରନ୍ତି। ତେବେ ଏହା ଯୋଗୁ ଆଉ ବାକି ଥିବା କଳା କେଶ ମଧ୍ୟ ଧଳା ହୋଇଯାଇଥାଏ। ଅଳ୍ପ ବୟସରେ କେଶ ପାଚିବା ହେଉଛି ଅତ୍ୟଧିକ ମାନସିକ ଚିନ୍ତା, କେଶରେ ତେଲର ଅଭାବ, ଏକ୍ସରେର କୁପ୍ରଭାବ, ଶରୀରରେ ପୌଷ୍ଟିକ ତତ୍ତ୍ୱ କମ୍‌ ଏବଂ ବଂଶଗତ ପ୍ରଭାବ ଆଦି  ପ୍ରମୁଖ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବୟସ ହେବା ପୂର୍ବରୁ କେଶ ପାଚୁଥିଲେ,  କିପରି ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇବା।

କେଶ ଧୋଇବା ପାଇଁ ଅଁଳା, ରିଠା ଓ ସିକାକାଇ  ରାତିରେ ପାଣିରେ ଭିଜାନ୍ତୁ। ପରଦିନ ସକାଳୁ ସେହି ପାଣିରେ କେଶକୁ ଧୁଅନ୍ତୁ।

ମାସକୁ ଥରେ ମୁଲତାନୀ ମାଟିରେ ମୁଣ୍ଡ ଧୁଅନ୍ତୁ।

ମୁଣ୍ଡ ଧୋଇବା ପୂର୍ବ ରାତିରେ ଅଁଳା ତେଲ କିମ୍ୱା ସୋରିଷ ତେଲ ମୁଣ୍ଡରେ ମାଲିସ୍‌ କରନ୍ତୁ ଏବଂ ସକାଳେ ମୁଣ୍ଡ ଧୁଅନ୍ତୁ।

  ଗୋଟିଏ ଚାମଚ ଲେମ୍ୱୁ ରସ ସହ ୨ ଚାମଚ ଅଦା ରସ ମିଶାଇ କେଶରେ  ଲଗାଇ ୧ ଘଣ୍ଟା ରଖନ୍ତୁ।ପରେ ମୁଣ୍ଡ ଧୋଇ ଦିଅନ୍ତୁ।

ଶାମ୍ପୁର ବେଶି ବ୍ୟବହାର କରନ୍ତୁ ନାହିଁ।

ଅଳ୍ପ ପରିମାଣର ଅଁଳା ରସ ସହ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଘଷିବା ଦ୍ୱାରା କେଶ ପାଚିବା ସମସ୍ୟା ରୁ ମୁକ୍ତି ମିଳିଥାଏ।

Get real time updates directly on you device, subscribe now.