fbpx

ତିରୁପତି ଲଡୁ ବିବାଦ: SIT ଯାଞ୍ଚ୍ ହେବ ବୋଲି କହିଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ’ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଏସଆଇଟି ଯାଞ୍ଚ୍ ନିଦେ୍ର୍ଦଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହା ସହ ରାଜ୍ୟରେ ସମସ୍ତ ମନ୍ଦିର ପାଇଁ କଞ୍ଚାମାଲ କ୍ରୟ ପ୍ରକ୍ରିୟାର ଏକ ଅଡିଟ୍ ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ନାଇଡୁ କହିଥିଲେ, ‘ଆମେ ଏକ ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ(SIT ) ଗଠନ କରୁଛୁ । ଏହି ଟିମରେ IGP ଅଫିସର ଏବଂ ଉପରୋକ୍ତ ପଦବୀ ଅଫିସର ସାମିଲ ରହିବେ । SIT ସରକାରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବ ଏବଂ ସେହି ରିପୋର୍ଟ ଆଧାରରେ ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯଦ୍ୱାରା ଏଭଳି ଘଟଣାର ପୁନରାବୃତ୍ତି ନହୁଏ ।’

Get real time updates directly on you device, subscribe now.