ସୋସିଆଲ ମିଡିଆରେ ନୂଆ ଗସିପ୍, ଫେରୁଛି ଟିକ୍‌ଟକ୍‌…ପ୍ରକୃତରେ ସତ କଣ..

ଏଆଇ ଭିଡିଓକୁ ଟକ୍କର ଦେବା ପାଇଁ ନୂଆ ଯୋଜନା । ଗୋଟେ ସେକେଣ୍ଡରେ ଭିଡିଓ ରେଡି..

ଓଡିଶା ଭାସ୍କର: ଏଲନ ମସ୍କଙ୍କୁ ପଛରେ ପକାଇଲା ଏହି ନୂଆ ଏଆଇ ପ୍ଲାଟଫର୍ମା ଆଖିପିଛୁଳାକେ ତିଆରି ହେବ ନୂଆ ଏଆଇ ଭିଡିଓ । ଟିକ୍‌ଟକ୍‌କୁ ବି ଟକ୍କର ଦେବ ଏହି ନୂଆ ପ୍ଲାଟଫର୍ମା ଏବେ ଆଉ ଟିକ୍‌ଟକ୍ ନୁହେଁ ଯୁବପିଢିଙ୍କୁ ଘାରିବ ଭାଇବ୍ସର ନିଶା।

କ’ଣ ଏହି ଭାଇବ୍ସ : ମେଟା ଏକ ନୂତନ ଏଆଇ-ଜେନେରେଟେଡ୍ ଭିଡିଓ ଫିଡ୍ ଲଞ୍ଚ କରିଛି ଯେଉଁଥିରେ କେବଳ ଏଆଇ-ଜେନେରେଟେଡ୍ ଭିଡିଓ ରହିବ। ମେଟା ଏହାକୁ ଭାଇବ୍ସ ନାମ ଦେଇଛି, ଏବଂ ଏହାକୁ ମେଟା ଏଆଇ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ।

ଏହା ଟିକଟକ୍ ଭଳି ଅନ୍ୟ ପ୍ଲାଟଫର୍ମକୁ ଚ୍ୟାଲେଞ୍ଜ କରିବ। ମେଟା ଏହି ଫିଡ୍ ମାଧ୍ୟମରେ ଏଆଇ-ଜେନେରେଟେଡ୍ ଭିଡିଓ ତିଆରି କରିବ ।

କିପରି ବ୍ୟବହାର କରିବେ: ମେଟା ଏଆଇ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ଭାଇବ୍ସକୁ ଆକ୍ସେସ୍ କରାଯାଇପାରିବ। ଏହା ଏକ ପ୍ରକାର ଏଆଇ ଚାଟବଟ୍ ଭଳି କାମ କରିବ ଓ ନୂଆ ନୂଆ ଫିଚର ସବୁ ଏଥିରେ ରହିବ , ଯାହାକି ଭିଡିଓକୁ ଆକର୍ଷଣୀୟ କରିଥାଏ ।

ଉଦାହରଣ ସ୍ୱରୂପ, ବର୍ତ୍ତମାନ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ଦ୍ୱାରା ଏଡିଟ କରାଯାଇଥିବା ଭିଡିଓ ଦେଖୁଛନ୍ତି । ମାତ୍ର ଏହି ଟୁଲ ରେ ଏ.ଆଇ ଦ୍ୱାରା ଜେନେରେଟ କରାଯାଇଥିବା ଭିଡିଓ ଦେଖିବାକୁ ମିଳିବ। ଯଦି ଆପଣ କୌଣସି ଏକ ଭିଡିଓ ପସନ୍ଦ କରନ୍ତି, ତେବେ ପ୍ଲାଟଫର୍ମ ଏହାକୁ ରିମିକ୍ସ କରି ନିଜ ମନମୁତାବକ ଏଡିଟ କରିବାର ଅପସନ ଦେବ ।

ନୂଆ ସଙ୍ଗୀତ ଯୋଡିବା, ଭିଜୁଆଲ୍ ପରିବର୍ତ୍ତନ କରିବା କିମ୍ବା ଆପଣଙ୍କ ପସନ୍ଦର ଏକ ନୂତନ ପ୍ରମ୍ପ୍ଟ ଦେଇ ଏକ ସମ୍ପୂର୍ଣ୍ଣ ନୂଆ ଭିଡିଓ କରିବା ପାଇଁ ଭାଇବ୍ସ ସ୍ପେସିଆଲ ଫିଚର ଦେବ।

ମସ୍କଙ୍କୁ ପଛରେ ପକାଇଲା ମେଟା: କିଛି ଦିନ ପୂର୍ବରୁ, ଏଲନ୍ ମସ୍କ ଘୋଷଣା କରିଥିଲେ ଯେ ବନ୍ଦ ହୋଇଯାଇଥିବା ଭାଇନ୍ ଆପ୍ ପୁଣି ଥରେ ନୂଆ ଫିଚର ସହ ଲଞ୍ଚ କରାଯିବ , ଯେଉଁଥିରେ AI-ଜେନେରେଟେଡ୍ ଭିଡିଓ ଦେଖିବାକୁ ମିଳିବ।

ମସ୍କଙ୍କ ଯୋଜନା ଚୂଡ଼ାନ୍ତ ହେବା ପୂର୍ବରୁ, ମେଟା ଏକ ନୂତନ ପ୍ଲାଟଫର୍ମ ଲଞ୍ଚ କରିଛି।ଏହାକୁ ମେଟାର ଇକୋସିଷ୍ଟମରେ ସହଜରେ ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଥିବା ଭିଡିଓଗୁଡ଼ିକୁ ଇନଷ୍ଟାଗ୍ରାମ ଓ ଫେସବୁକ୍ ଷ୍ଟୋରି ସହିତ ରିଲ୍‌ରେ ସେୟାର କରାଯାଇପାରିବ।ତେବେ ଟିକ୍‌ଟକ୍‌କୁ ଟକ୍କର ଦେବ ଏହି ନୂଆ ଏ.ଏଇ ଟୁଲ ବୋଲି କୁହାଯାଉଛି।