fbpx

TMC ମୁଖପାତ୍ର ପଦରୁ ହଟିଲେ ଶାନ୍ତନୁ ସେନ: ମେଡିକାଲ ବିରୋଧରେ କହିବା ଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲରେ ଜଣେ ପୋଷ୍ଟଗ୍ରାଜୁଏଟ ଟ୍ରେନି ମହିଳାଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାକୁ ନେଇ ବିବାଦ ଥମୁନାହିଁ । ଏହା ମଧ୍ୟରେ ଡାକ୍ତରମାନେ ଦେଶବ୍ୟପାୀ ଆନ୍ଦୋଳନ ଆରମ୍ଭ କରିଦେଇଥିବା ବେଳେ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଏହା ମଧ୍ୟରେ ଟ୍ରେନି ଡାକ୍ତରଙ୍କ ହତ୍ୟାକୁ ନେଇ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିଛି ଓ କିଛି ଷଡ଼ଯନ୍ତ୍ରକାରୀଙ୍କ ନାମ ମଧ୍ୟ ପର୍ଦ୍ଦାଫାସ ହୋଇଛି । ଏହି ହତ୍ୟା ମାମଲାରେ ପ୍ରିନ୍ସିପାଲ, ବରିଷ୍ଠ ଡାକ୍ତର ଓ ଜଣେ ଯୁବତୀ ସାମିଲ ଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଏହି ଘଟଣାରେ ତୃଣମୂଳ କଂଗ୍ରେସ (ଟିଏମସି)ର ମୁଖପାତ୍ର ପଦରୁ ଶାନ୍ତନୁ ସେନଙ୍କୁ ହଟାଇ ଦିଆଯାଇଛି । ଆରଜି କର ମେଡିକାଲ ବିରୋଧରେ ବୟାନ ଦେବାକୁ ଟିଏମସି ପକ୍ଷରୁ ଶାନ୍ତନ୍ତୁଙ୍କ ଉପରେ ନିଆଯାଇଛି ଏହି ବଡ଼ ଆକ୍ସନ । ଗୋଟିଏ ଦିନ ପୂର୍ବରୁ ଶାନ୍ତନୁ କହିଥିଲେ, ଏହି ମେଡିକାଲ କଲେଜ ଅସାମାଜିକ କାର୍ଯ୍ୟର ଆଡ୍ଡା ସ୍ଥଳୀ ପାଲଟି ଯାଇଛି । ମେଡିକାଳ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ।

ପୂର୍ବ ରାଜ୍ୟସଭା ସାଂସଦ ଶାନ୍ତନୁ ମୃତ ଡାକ୍ତରଙ୍କ ନ୍ୟାୟ ମାଗି ପ୍ରଦର୍ଶନରତ ଡାକ୍ତରଙ୍କ ସହିତ ସାମିଲ ହୋଇଥିଲେ । ତେବେ ମେଡିକାଳ କଲେଜ ଉପରେ ଟିପ୍ପଣୀ ଦେବାକୁ ଟିଏମଟି ହାଇକମାଣ୍ଡ ଶାନ୍ତନୁଙ୍କ ଉପରେ ନିରାଶ ହୋଇଥିବା କୁହାଯାଉଛି । ସେହି କାରଣରୁ ତାଙ୍କୁ ପ୍ରବକ୍ତା ପଦରୁ ହଟାଇ ଦିଆଯାଇଥିବା କୁହାଯାଉଛି । ଶାନ୍ତନୁ ଓ ତାଙ୍କର ପତ୍ନୀ ଉଭୟେ ଏହି ମେଡିକାଲ କଲେଜର ପୂର୍ବତନ ଛାତ୍ରଛାତ୍ରୀ ଅଟନ୍ତି ।

Get real time updates directly on you device, subscribe now.