fbpx

ATMରୁ ବାହାରିବ ସୁନା କଏନ୍! ଭାରତରେ ପ୍ରଥମ ଥର ଏକ କୋ-ଅପରେଟିଭ୍ ସୋସାଇଟି ସ୍ଥାପନ କଲା ଗୋଲ୍ଡ କଏନ୍ ଏଟିଏମ୍

ନୂଆଦିଲ୍ଲୀ: ଏଣିକି ଏଟିଏମରୁ ବାହାରିବ ସୁନା କଏନ୍ । ଭାରତରେ ପ୍ରଥମ ଥର ପାଇଁ ଏକ କୋ-ଅପରେଟିଭ୍ ସୋସାଇଟି ଗୋଲ୍ଡ କଏନ୍ ଏଟିଏମ ସ୍ଥାପନ କରିଛି । ଏହି ଏଟିଏମରୁ ଗ୍ରାହକମାନେ ୦.୫, ୧, ୨, ୫ ଓ ୧୦ ଗ୍ରାମ (୨୪ କ୍ୟାରେଟ)ର ଗୋଲ୍ଡ କଏନକୁ ଅନଲାଇନ ଦରରେ କ୍ରୟ କରିପାରିବେ । କର୍ଣ୍ଣାଟକର ତୁମକୁର ମର୍ଚ୍ଚାଣ୍ଟସ କ୍ରେଡିଟ କୋ-ଅପରେଟିଭ୍ ସୋସାଇଟି (ଟିଏମସିସି) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବା ସହ ଏହି ଗୋଲ୍ଡ କଏନ୍ ଏଟିଏମ୍ ସ୍ଥାପନ କରିଛି ।

ତୁମୁକୁର ସ୍ଥିତ ଏମ.ଜି ରୋଡ଼ ଶାଖାରେ ‘ଟିଏମସିସି ଗୋଲ୍ଡସିକ୍କା’ ବ୍ରାଣ୍ଡ ନାମରେ ଗତ ସପ୍ତାହରେ ଏହି ଅଭିନବ ଏଟିଏମ୍ ସ୍ଥାପନ କରାଯାଇଥିଲା । ଏହି ଏଟିଏମରୁ ଗ୍ରାହକମାନେ ଏଣିକି ୨୪ କ୍ୟାରେଟର ୦.୫, ୧, ୨, ୫ ଓ ୧୦ ଗ୍ରାମର ଗୋଲ୍ଡ କଏନକୁ ବର୍ତ୍ତମାନ ସମୟର ଅନଲାଇନରେ ଦାମରେ କ୍ରୟ କରିପାରିବେ । ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ ଟିଏମସିସି ଗୋଲ୍ଡ କଏନ ଏଟିଏମ ଲିମିଟେଡ ସହ ବୁଝାମଣା କରିଛି ।

ଏହି ଏଟିଏମରେ ସୁନା କଏନକୁ ଗ୍ରାହକମାନେ ଅନଲାଇନ୍ ଦରମରେ କ୍ରୟ କରିପାରିବେ । ଗ୍ରାହକଙ୍କ ପାଇଁ ୦.୫ ଗ୍ରାମଠାରୁ ଆରମ୍ଭ କରି ୧୦ ଗ୍ରାମ ପର୍ଯ୍ୟନ୍ତ ୨୪ କ୍ୟାରେଟର ଗୋଲ୍ଡ କଏନ୍ କିଣିବାର ବିକଳ୍ପ ରହିବ । ଏଟିଏମରେ ଡେବିଟ୍ କାର୍ଡ, କ୍ୟୁଆର କୋଡ ଜରିଆରେ ପେମେଣ୍ଟ କରିବାର ସୁବିଧା ରହିଛି । ଗୋଲ୍ଡ କଏନ୍ କ୍ରୟ କରିବାର ପ୍ରକ୍ରିୟା ଏଟିଏମ ଜରିଆରେ ସୁରକ୍ଷିତ ଓ ସହଜ ହେବ । ଖୁବଶୀଘ୍ର ଏଟିଏମରେ ସିଲଭର କଏନ୍ସ ଓ ଅନ୍ୟ ଅଳଙ୍କାର ମଧ୍ୟ ଉପଲବ୍ଧ ହେବ ।

Get real time updates directly on you device, subscribe now.