fbpx

ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶିତ କରାଇବା ପଡ଼ିଲା ମହଙ୍ଗା: ଥାନାକୁ ଟଣା ହେଲେ ଦେଖଣାହାରୀ, ରିସୋର୍ଟ ମାଲିକ ଓ ମ୍ୟାନେଜର

ଓଡ଼ିଶା ଭାସ୍କର: ମହାରାଷ୍ଟ୍ରର ନାଗପୁରରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଖବର । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ଟିରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶିତ କରାଇଛି ଏକ କୀଟନାଶକ ଔଷଧ କମ୍ପାନି । ରିସୋର୍ଟରେ ଏକ ପାର୍ଟିର ଆୟୋଜନ କରି ନୃତ୍ୟଶିଳ୍ପୀମାନଙ୍କୁ ଅଶ୍ଲୀଳ ନୃତ୍ୟ କରାଇଛି । ଖବର ପାଇ ରିସୋର୍ଟରେ ଚଢ଼ାଉ କରିଛି ନାଗପୁର ପୋଲିସ ଓ ସ୍ଥାନୀୟ କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳରେ ସଂପୃକ୍ତ ଥିବା ଅନେକ ଲୋକଙ୍କୁ ଅଟକ ରଖିବା ସହ ରିସୋର୍ଟ ମାଲିକ ଓ ତାଙ୍କ ମ୍ୟାନେଜରକୁ ଗିରଫ କରିଛି ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନାଗପୁରର କୁହି ଥାନା ଅଧୀନ ପଚଗାଓଁରେ ଥିବା ସିଲଭରି ଲେକ୍ ଫାର୍ମ ରିସୋର୍ଟରେ ନଗ୍ନ ପାର୍ଟି ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୁଲିସ ଓ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ରିସୋର୍ଟରେ ଚଢ଼ାଉ କରିଥିଲା। ରିସୋର୍ଟରେ ପୁଲିସ ଚଢ଼ଉ ଯୋଗୁଁ ପାର୍ଟିରେ ସମ୍ପୃକ୍ତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସମୟରେ ରିସୋର୍ଟ ମାଲିକ ରାଜବାପୁ ମୁଥିୟା ଓ ମ୍ୟାନେଜର ବିପିନ ଯଶବନ୍ତଙ୍କ ସମେତ ୩୭ ଜଣଙ୍କୁ ଗିରଫ କରିଛି ପୋଲିସ। ଅନେକ ନୃତ୍ୟଶିଳ୍ପୀ ଏବଂ ସେମାନଙ୍କ ବ୍ୟକ୍ତି ଭୂପେନ୍ଦ୍ର ଓରଫ ମଣ୍ଟି ସୁରେଶ ଆନେ ମଧ୍ୟ ପୋଲିସ ହେପାଜତରେ ଅଛନ୍ତି। ରିସୋର୍ଟରେ ନଗ୍ନ ପାର୍ଟି ର ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନାଗପୁର ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ହର୍ଷ ପୋଦ୍ଦାର କହିଛନ୍ତି ଯେ ଛୋଟ ପୋଷାକ ପିନ୍ଧିଥିବା ଝିଅମାନେ ରିସୋର୍ଟରେ ନୃତ୍ୟ କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ଉପସ୍ଥିତ ଲୋକଙ୍କୁ ଅଟକ ରଖିଥିଲା। ପୁଲିସ ଘଟଣାସ୍ଥଳରୁ ୪୯ ଲକ୍ଷ ଟଙ୍କା, ବିଦେଶୀ ମଦ ଓ ୫ଟି କାର୍ ଜବତ କରିଛି। ଯେଉଁଥିରେ ୧୩ ଜଣ ନୃତ୍ୟଶିଳ୍ପୀଙ୍କୁ ଡକାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

 

Get real time updates directly on you device, subscribe now.