ରାଜ୍ୟରେ ୧୮ଜିଲ୍ଲାରୁ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୮ ଜିଲ୍ଲାରୁ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୪ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୧୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮, ଖୋର୍ଦ୍ଧାରୁ ୪୭, ଗଜପତିରୁ ୨୯, ବଲାଙ୍ଗୀରରୁ ୧୧, ଯାଜପୁରରୁ୮, ପୁରୀରୁ ୮, ଢ଼େଙ୍କାନାଳରୁ ୭, ମୟୁରଭଞ୍ଜରୁ ୭, ସୁନ୍ଦରଗଡ଼ରୁ ୬, କେନ୍ଦୁଝରରୁ ୫, କଟକରୁ ୫, ନୟାଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୩, ନବରଙ୍ଗପୁରରୁ ୨, ବାଲେଶ୍ୱରରୁ ୨, ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୬ଜଣ ଏନଡ଼ିଆରଏଫ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.