fbpx

ଆଜି ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ, ସ୍ଥାନୀୟ ଅଞ୍ଚଳରୁ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଏଥିସହିତ ଭୁବନେଶ୍ୱରରୁ ଚିକିତ୍ସା ପରେ ୩ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ମୋଟ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୭୭ଜଣ ଓ ଏବେ ସକ୍ରିୟ ରହିଛନ୍ତି ୧୯୫ଜଣ ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪ଜଣ ଙ୍କ ମଧ୍ୟରୁ ଜଣେ ୪୬ବର୍ଷୀୟ ପୁରୁଷ ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖଣ୍ଡଗିରି ରୁ ଜଣେ ୩୭ ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ୨୫, ୨୪ ବର୍ଷୀୟ ଯୁବତୀ, ୟୁନିଟ-୫ କେଶରିନଗର ବସ୍ତିରୁ ୩୩ବର୍ଷୀୟ ମହିଳା, ୟୁନିଟ-୧ର ବଏଜ ହାଇସ୍କୁଲ ନିକଟସ୍ଥ ଜଣେ ୪୨ବର୍ଷୀୟ ପୁରୁଷ, ଘରୋଇ ହସ୍ପିଟାଲରୁ ଜଣେ ୨୨ବର୍ଷୀୟ ଯୁବତୀ, ବଡ଼ଗଡ଼ ସ୍ଥିତ ବ୍ରିଟ କଲୋନୀର ଜଣେ ୩୭ ବର୍ଷୀୟ ମହିଳା, ବୋମିଖାଲର ଜୟ ଦୁର୍ଗାନଗରରୁ ଜଣେ ୨୯ ବର୍ଷୀୟ ଯୁବକ, ବରମୁଣ୍ଡାର ଟେଲ୍କା କଲୋନୀରୁ ଜଣେ ୨୨ବର୍ଷୀୟ ଯୁବକ, ସହିଦ ନଗରରୁ ଜଣେ ୩୭ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.