fbpx

ଲକଡାଉନରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, କିନ୍ତୁ ଏପରି ହୋଇଗଲା ରୁମର ଅବସ୍ଥା..

କରୋନା ମହାମାରୀ ଯୋଗୁଁ ସମଗ୍ର ଦୁନିଆରେ ଲକଡାଉନ୍ ଜାରି ରହିଛି । ଏନେଇ ଲୋକମାନେ ସହରରେ ଥିବା ଘର ଛାଡି ପୁରୁଣା ଘରକୁ ପଳାଇଯାଉଛନ୍ତି । ଏହିପରି ଫ୍ରାନ୍ସର ଜଣେ ଯୁବତୀ ତାଙ୍କ ଫ୍ଲାଟରେ ତାଲା ପକାଇ ପଳାଇଥିଲେ । କିନ୍ତୁ ୩ ମାସ ପରେ ଘରକୁ ଫେରିବା ପରେ ରୋଷେଇ ଘରର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ସେ ଦେଖିଲେ ଯେ, ତାଙ୍କ ରୋଷେଇ ଘରେ ଗୋଲାପୀ ରଙ୍ଗର ଗଛ ଦେଖିବାକୁ ପାଇଥିଲେ, ଯାହାକି ପୁରା ରୁମକୁ ମାଡି ଚାଲିଥିଲା । ପ୍ରଥମେ ସେ ଏହାକୁ ଦେଖି ଭୟଭୀତ ହୋଇଥିଲେ । ପୁନର୍ବାର ଦେଖିବା ପରେ ଜଣାପଡିଥିଲା ଯେ, ତାହା କୌଣସି ଏଲିଅନ ଗଛ ନୁହେଁ ବରଂ ଆଳୁ ଗଛ । ଡୋନା ପରୀ ନାମକ ଏହି ୨୨ ବର୍ଷୀୟ ଯୁବତୀ ଏହି ଗଛର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ତେବେ ଡୋନା ଲକଡାଉନ ପୂର୍ବରୁ ଆଳୁ କିଣି ରୋଷେଇ ଘରେ ରଖିଥିଲେ । ପରେ ଲକଡାଉନ ଘୋଷଣା କରାଯିବାରୁ ସେ ନିଜ ପ୍ରେମିକ ସହ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେ ଆଳୁ ଉପରେ ଏତେ ଧ୍ୟାନ ଦେଇନଥିଲେ । କିନ୍ତୁ ୩ ମାସ ପରେ ସେ ଘରକୁ ଫେରିବା ପରେ ତାଙ୍କ ଫ୍ଲାଟର ସମ୍ପୂର୍ଣ୍ଣ ଚିତ୍ର ବଦଳିଯାଇଥିବା ସେ ଦେଖିବାକୁ ପାଇଥିଲେ ।

 

Get real time updates directly on you device, subscribe now.