fbpx

ଗଜପତିରେ +୨ ଖାତା ଦେଖା ବନ୍ଦ

ଗଜପତି, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଗଜପତି ରେ +୨ ମୂଲ୍ୟାୟନ କେନ୍ଦ୍ରରେ ୩ କନେଷ୍ଟବଳ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏସକେସିଜି କଲେଜରେ +୨ ଖାତା ଦେଖା ୫ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମୂଲ୍ୟାୟନ କେନ୍ଦ୍ରରେ ୩ କନେଷ୍ଟବଳ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.