fbpx

କିଭ୍ ରେ ଆଜି ପୁଣି ୩ ବିସ୍ଫୋରଣ, ଲଢ଼ିବା ପାଇଁ୧୦ହଜାର ନାଗରିକଙ୍କୁ ରାଇଫଲ୍ ଦେଲେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଠାରୁ ମିଲିଟାରୀ ଆକ୍ସନ୍ ନିର୍ଦ୍ଦେଶ ମିଳିବା ପରେ ୟୁକ୍ରେନ ଉପରେ ଅହରହ ମିସାଇଲ୍ ବର୍ଷା ହେଉଛି । ତେବେ ଆଜି ମଧ୍ୟ ବିସ୍ଫୋରଣ ଦେଖିବାକୁ ମିଳିଛି । ୟୁକ୍ରେନ ରାଜଧାନୀ କିଭ୍ ରେ ଆଜି ସକାଳେ ୩ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା । ଗତକାଲି ଭଳି ସ୍ଥିତି ଆଜି ମଧ୍ୟ ଜାରି ରହିବ ବୋଲି ଆଶଙ୍କା କରାଯାଉଛି । ତେବେ ରୁଷୀ ସେନାଙ୍କ ମୁକାବିଲା କରିବା ପାଇଁ ୟୁକ୍ରେନୀ ନାଗରିକଙ୍କୁ ୧୦ ହଜାର ରାଇଫଳ୍ ଦିଆଯାଇଛି । ରୁଷୀ ସେନା ୟୁକ୍ରେନରେ ଅନୁପ୍ରବେଶ କରିଥିବା ବେଳେ ଲଗାତର ଭାବରେ ଗୁଳି ଓ ମିସାଇଲ୍-ରେକଟ୍ ବର୍ଷା କରୁଛନ୍ତି । ତେଣୁ ନାଗରିକ ମାନେ ନିଜର ତଥା ଆଖପାଖ ଲୋକଙ୍କ ପ୍ରତିରକ୍ଷା ଯେପରି କରିପାରିବେ, ତାକୁ ଧ୍ୟାନରେ ରଖି ଏହି ୧୦ ହଜାର ରାଇଫଲ୍ ଦିଆଯାଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ୟୁକ୍ରେନ ସେନାଙ୍କ ସମସ୍ତ ଆଡ୍ଡା ଠାରୁ ଆରମ୍ଭ କରି ସବୁ ଏୟାରବେସ୍ କୁ ରୁଷ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି । ଗତକାଲି ରୁଷ ତିନି ପଟରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୟୁକ୍ରେନର ୧୩୭ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ସୈନିକ ଓ ନାଗରିକଙ୍କୁ ମିଶାଇ ମୋଟ ୧୩୭ ଜଣ ପ୍ରାଣ ହରାଇଛନ୍ତି । ୟୁକ୍ରେନରୁ ଭୟାନକ ଦୃଶ୍ୟ ସବୁ ସାମନାକୁ ଆସୁଛି । ଯାହା ଛାତି ଥରାଇ ଦେଉଛି । ଏନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.