fbpx
BSKY
BJD MC SKY
BJD YOUTH SKY

ଆଜି ଆଇସିଏସ୍‌ଇ ଦଶମ ରେଜଲ୍ଟ, ୱେବସାଇଟ ଦେଖିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରବିବାର ପ୍ରକାଶ ପାଇବ ଆଇସିଏସ୍‌ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଞ୍ଚ କରିବା ସହ ଡାଉନଲୋଡ୍‌ କରିପାରିବେ । କାଉନସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକଜାମିନ୍‌-ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି ।

ସିଆଇଏସସିଇର ୱେବସାଇଟ cisce.org. results.cisce.org କିମ୍ବା results.nic.in ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।

Get real time updates directly on you device, subscribe now.