fbpx

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଭଞ୍ଜନଗର ପୋଲିସ: ୬ ଜୁଆଡ଼ି ଗିରଫ, ୩୦,୫୨୦ ଟଙ୍କା ଜବତ

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌) : ସ୍ଥାନୀୟ ପୋଲିସ ଶନିବାର କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି । ଏଥିସହ ଜୁଆ ଆଡ୍ଡାରୁ ମୋଟ ୩୦,୫୨୦ ଟଙ୍କା ଓ ୫ ବିଡା ତାସ ଜବତ କରିଛି ପୁଲିସ ।

ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ଦେଇଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଷ୍ଟାପ୍‌ ଶନିବାର ପେଟ୍ରୋଲିଂରେ ବୁଲୁଥିବାବେଳେ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ କୋଠାରେ ବଡଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ସୂଚନା ମିଳିଥିଲା । ଆଉ ସୂଚନା ପାଇବାପରେ ପୁଲିସ ତୁରନ୍ତ ରାଜକୁଣ୍ଡ ଗ୍ରାମର ସଂପୃକ୍ତ ଅବ୍ୟବହୃତ ଘର ଉପରେ ଚଢାଉ କରିଥିଲା । ଆଉ ୬ଜଣ ଜୁଆଡିଙ୍କୁ ଧରିବା ସହ ମୋଟ ୩୦, ୫୨୦ ଟଙ୍କା ଜବତ କରିବାରେ ସଫଳତା ପାଇଥିଲା । ଏ ସଂପର୍କରେ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.