fbpx
BSKY
BJD MC SKY
BJD YOUTH SKY

ଆଜି ନିଟ୍ ପରୀକ୍ଷା: ଦେଶରେ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଆରମ୍ଭ ହେଉଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସାରା ଦେଶରୁ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ଏଥିମଧ୍ୟରୁ ଓଡିଶାରୁ ୧ଲକ୍ଷ ୩୦ ହଜାର ପରୀକ୍ଷାର୍ଥୀ ରହିଥିବା ଜଣାଯାଇଛି । ତେବେ ଆଜି ପରୀକ୍ଷାରେ ହେବ ସେମାନଙ୍କ ଭାଗ୍ୟ ପରୀକ୍ଷା ।

ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ର ଗଠନ କରାଯାଇଛି । ଓଡିଶାରେ ମୋଟ ୨୪ ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା(ନିଟ୍) ପାଇଁ ପଥ ପରିଷ୍କାର ହୋଇଛି । ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି କରି ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା । ଯାହାକୁ ଖାରଜ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ସମସ୍ତ କୋଭିଡ୍ କଟକଣା ପାଳନ କରାଯାଇ ପରୀକ୍ଷା ଆୟୋଜନ ହେବ । ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଯାଇଛି । ୧୫୫ ପରିବର୍ତ୍ତେ ୧୯୮ କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଉଛି । ଗତବର୍ଷ ୩୮୬୨ ପରୀକ୍ଷା କେନ୍ଦ୍ର ତୂଳନାରେ ଏଥର ପରୀକ୍ଷା କେନ୍ଦ୍ରର ସଂଖ୍ୟା ମଧ୍ୟ ବଢାଯାଇଛି । ଗତ ବର୍ଷ କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନ ଏବଂ ସତର୍କତା ସହ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଆୟୋଜନ ହୋଇଥିଲା । ପରୀକ୍ଷା ଦେଇଥିଲେ ମୋଟ୍ ୧୩.୬୬ ଲକ୍ଷ ପରୀକ୍ଷାର୍ଥୀ । ସେଥିରୁ ୭,୭୧, ୫୦୦ ଜଣ କୃତକାର୍ଯ୍ୟ ହୋଇଥିଲେ ।

ଏଥର ପରୀକ୍ଷା ୧୧ଟି ଭାଷା- ଇଂରାଜୀ, ହିନ୍ଦୀ, ଆସାମି, ବଙ୍ଗାଳି, ଗୁଜରାଟି, କନ୍ନଡ, ମରାଠି, ଓଡିଆ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁରେ ଆୟୋଜିତ କରାଯିବ ।

Get real time updates directly on you device, subscribe now.