ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।
ଆଜି ୧୪୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୭୪ ଓ ସ୍ଥାନୀୟ ଅଞ୍ଚଳରୁ ୬୨୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୨୮୩ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୩୦୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୯୭୬ ରହିଥିବା ବେଳେ ୨୧ ହଜାର ୫୨୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
6. Boudh: 32
7. Cuttack: 69
8. Deogarh: 62
9. Dhenkanal: 27
10. Gajapati: 45
11. Ganjam: 8
12. Jagatsinghpur: 24
13. Jajpur: 64
14. Jharsuguda: 75
15. Kalahandi: 38
16. Kandhamal: 31
17. Kendrapada: 16
18. Keonjhar: 42
19. Khurda: 251
20. Koraput: 66
21. Malkangiri: 7— I & PR Department, Odisha (@IPR_Odisha) February 7, 2022
22. Mayurbhanj: 35
23. Nawarangpur: 34
24. Nayagarh: 56
25. Nuapada: 23
26. Puri: 37
27. Rayagada: 52
28. Sambalpur: 59
29. Sonepur: 6
30. Sundargarh: 101
31. State Pool: 53New recoveries: 3624
Cumulative tested: 28043615
Positive: 1268308
Recovered: 1237976
Active cases: 21525— I & PR Department, Odisha (@IPR_Odisha) February 7, 2022