fbpx

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Advertisement

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତ କରିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ କର୍ମୀ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୟୁରଭଞ୍ଜରେ ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସହ କାର୍ଯ୍ୟକ୍ରମର ସୁସଞ୍ଚାଳନ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ନବରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଳର କୋର କମିଟି ବୈଠକରେ ଯୋଗଦେବେ । ଏହାପରେ ସେ ଜଗଦଲପୁର ବିମାନବନ୍ଦରକୁ ଯାଇ ଅନ୍ୟ ଏକ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ । ଅପରାହ୍ନ ୧ଟା ୩୦ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚି ଅପରାହ୍ନ ୧ଟା ୪୫ରୁ ୨ଟା ୪୫ ମଧ୍ୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ବୈଠକରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରି ଅମର୍ଦ୍ଦା ଏୟାର ଷ୍ଟ୍ରିପରେ ଅବତରଣ କରିବେ । ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ ।  ଏହାପରେ ସେ ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ବିଧାନସଭା ଆସନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିବ ସେ ନେଇ ରାଜନାଥ ସିଂହ ଦେବେ ଗୁରୁମନ୍ତ୍ର ।

 

Get real time updates directly on you device, subscribe now.