fbpx

ଆସୁଛି ଆଉ ଏକ ଲଘୁଚାପ: ଆଜି ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର; ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଲଘୁଚାପ ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ। ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଜିଏଫଏସ୍ ମଡେଲ ମୁତାବିକ ୧୯ ତାରିଖ ସୁଦ୍ଧା ଏହା ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହୋଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାବ ଛୁଇଁପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ବର୍ଷା ଆଶଙ୍କା ରହିଛି ।

ଆଜି ପ୍ରବଳ ବର୍ଷା ଆଶଙ୍କା କରା ଯାଇଥିବା ବେଳେ ୭ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।ପୁରୀ, ଜଗତସିଂହପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଳାକୁ ପ୍ରବଳ ବର୍ଷା ସତର୍କ ସୂଚନା ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.