fbpx

ଆଜି ଶ୍ରମନ୍ଦିରରେ ଚିତାଲାଗି ଅମାବାସ୍ୟା, ଦାରୁଦିଅଁଙ୍କୁ ରତ୍ନଚିତା ଲାଗି କରିବେ ଦଇତାପତି ସେବକ

ପୁରୀ: ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ । ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ । ଏହା ଏକ ଗୁପ୍ତ ନୀତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚିତାଲାଗି ନୀତି ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ଦାରୁବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ-ଜଳରେ ସ୍ନାନ କରି ଜ୍ବରାକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିବାବେଳେ ସେମାନଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଓଲାଗି କରିଥିଲେ । ରଥରେ ମହାପ୍ରଭୁ ସେହଚିତା ଲାଗିହୋଇ ଥିଲେ । ପରମ୍ପରା ମୁତାବକ , ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ଵେତ ହୀରା ଖଚିତ ସୁବର୍ଣ୍ଣ ଚିତା , ପ୍ରଭୁ ବଳଭଦ୍ର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ ଏହି ନୀତିକୁ ଦଇତାପତି ସେବକମାନେ ସମ୍ପାଦନ କରିବେ । ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Get real time updates directly on you device, subscribe now.