fbpx

(Video) ଶେଷରେ ଘରର ବାଲକୋନିକୁ ଆସିଲେ ‘ବାବୁସାନ’: ପ୍ରତିକ୍ରିୟାରେ କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତି କଳି ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ସେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଗତକାଲି ଚେନ୍ନାଇରୁ ଫେରିବା ପରେ ଆଜି ବାହାରକୁ ଆସିଲେ ବାବୁସାନ । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଥାନାକୁ ନଯାଇ ଘରେ ବୟାନ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ବାବୁସାନଙ୍କ କହିବା ମୁତାବକ, ସେ ଠିକ୍ ସମୟରେ ଠିକ୍ ଜିନିଷ କହିବେ । ନିଜ ଘର ବାଲକୋନିରେ ଥାଇ ସେ ଗଣମାଧ୍ୟମଙ୍କୁ ଏପରି କହିଛନ୍ତି । ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ମହାନ୍ତି ।

ଆଜି ଥାନାକୁ ଯିବାର ଅଛି କି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ମା ଅପରାଜିତା ମହାନ୍ତି ଦେଇଥିଲେ । ଆଜି କୁଆଡେ ଯିବାର ନାହିଁ ବୋଲି ଅପରାଜିତା କହିଥିଲେ । ଆମ ଉଭୟଙ୍କ ଦେହ ଭଲ ନାହିଁ ବୋଲି ମା ଅପରାଜିତା କହିଥିଲେ ।

ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ । ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ । ବର୍ତ୍ତମାନ ଘରେ ନୁହେଁ ଥାନାରେ ବାବୁସାନ ମହାନ୍ତିଙ୍କ ବୟାନ ରେକର୍ଡ଼ ହେବ । ଜେରା ସମୟରେ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ । ବାବୁସାନ ଓ ପ୍ରକୃତି ଭିତରେ ଏପରି କଣ ଘଟିଛି ଯାହାକୁ ନେଇ ତୃପ୍ତି ଏପରି ବ୍ୟବହାର କରିଥିଲେ । ତାକୁ ନେଇ ପଚରାଉଚରା କରିବ ପୋଲିସ । ଆହୁରି ମଧ୍ୟ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନଙ୍କୁ ଜେରା ହୋଇପାରେ ବୋଲି ଖବର ପ୍ରକାଶ ପାଇଛି ।

 

Get real time updates directly on you device, subscribe now.