fbpx

Special CBI କୋର୍ଟରେ ଆଜି ଶୁଣାଣି: ମଦ ଘୋଟାଲାରେ ସିସୋଦିଆଙ୍କ ପାଇଁ କ’ଣ ହେବ ରାୟ?

ନୂଆଦିଲ୍ଲୀ: ଦିଲ୍ଲୀର ସ୍ପେଶାଲ ସିବିଆଇ କୋର୍ଟରେ ଆଜି ମଦ ଘୋଟାଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି କରିବେ ମାନ୍ୟବର କୋର୍ଟ । ୫ ଦିନିଆ ସିବିଆଇ ରିମାଣ୍ଡ ଶେଷ ହେବା ପରେ ଆଜି କୋର୍ଟରେ ପୁଣି ଥରେ କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ ।

ସିସୋଦିଆ ଓକିଲ ହୃଷିକେଶ କହିଛନ୍ତି ଯେ, ସ୍ପେଶାଲ ଜଜ୍ ଏମ.କେ. ନାଗପାଲଙ୍କ ଅଦାଲତରେ ଜାମିନ ଆବେଦନ ହୋଇଥିବା ବେଳେ ଶନିବାର ଶୁଣାଣି ପାଇଁ ତାରିଖ ଦେଇଥିଲେ । ଗତ ୨୦୨୧-୨୨(ଏବେ ରଦ୍ଦ ହୋଇଥିବା) ବର୍ଷ ପାଇଁ ଅବକାରୀ ନୀତି ନିୟମ ଗଠନ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ଆଣିଛି ସିବିଆଇ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବିରୋଧରେ ଏହି ଅଭିଯୋଗ ଆଣିବା ସହ ସିବିଆଇ ତାଙ୍କୁ ଗତ ରବିବାର ଗିରଫ କରିଥିଲା । ତେବେ ଗିରଫ ପୂର୍ବରୁ ସିସୋଦିଆଙ୍କୁ ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା ସିବିଆଇ, କିନ୍ତୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି ।

ଏହାପରେ ତାଙ୍କୁ ଗିରଫ କରାଯାଇ ୨୭ ତାରିଖରେ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ପଠାଇ ଦିଆଯାଇଥିଲା । ତେବେ ବିଚାରପତିଙ୍କ କହିବା ଅନୁସାରେ, ଅଭିଯୁକ୍ତ ପ୍ରଥମ ଦୁଇଥର ତଦନ୍ତରେ ସାମିଲ ହୋଇଥିଲେ, କିନ୍ତୁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ସିସୋଦିଆ । ତେବେ ଆଜି ତାଙ୍କୁ ନେଇ କୋର୍ଟ କେଉଁ ରାୟ ଦେବେ ତାହା ଉପରେ ସମସ୍ତଙ୍କୁ ନଜର ।

Get real time updates directly on you device, subscribe now.