ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ ଆଜିଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ଲାଗିପାରେ ପ୍ରତିବନ୍ଧକ । ଆଜି ପରଠାରୁ ବ୍ୟାଙ୍କରେ ୨୦୦୦ ଟଭ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବାର ଶେଷ ତାରିଖ । ତେବେ ବର୍ତ୍ତମାନ ସୁଦ୍ଧା ଆହୁରି କିଛି ୨୦୦୦ ଟଙ୍କିଆ ନୋଟ ମାର୍କେଟରେ ରହିଥିବା ଜାଣିବାକୁ ମିଳିଛି । ତେବେ ଏହି ଡେଡଲାଇନକୁ ଘୁଞ୍ଚାଇବେ କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ? ଏ ନେଇ ସମ୍ଭାବନା ଅଧିକ ରହିଥିବା ବେଳେ ବ୍ୟାଙ୍କ ତରଫରୁ ମଧ୍ୟ ଚିନ୍ତା କରାଯାଉଥିବା ଜଣାଯାଇଛି ।
ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ନିକଟସ୍ଥ ବ୍ୟାଙ୍କରେ ଜମା କରିବା କିମ୍ବା ପରିବର୍ତ୍ତନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ଏହି ନିର୍ଦ୍ଦେଶ ଅନୁସାରେ, ଆଜି ଏହି ଅବଧି ଶେଷ ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାର୍କେଟରେ ଥିବା ଶତ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ପେରି ନଥିବା ଜାଣିବାକୁ ମିଳିଛି । ଖୁବ କମ୍ ପରିମାଣର ହୋଇଥିଲେ ମଧ୍ୟ ମାର୍କେଟରେ ୨୦୦୦ ଟଙ୍କିଆ ନୋଟ ରହିଛି । ତେଣୁ ରିଜର୍ଭ ବ୍ୟାଙ୍କ ଏହି ନୋଟଗୁଡ଼ିକୁ ବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ନୂଆ ସମୟଧାର୍ଯ୍ୟ କରିପାରନ୍ତି ।
ତେବେ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ନୋଟ ବ୍ୟାଙ୍କରେ ଜମା କରି କିମ୍ବା ପରିବର୍ତ୍ତନ କରାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଚିନ୍ତା କରୁଥିବା ଜଣାପଡ଼ିଛି । ତେଣୁ ୨୦୦୦ ଟଙ୍କିଆ ନୋଟର ଅବଧି ବୃଦ୍ଧି ହେବା ନେଇ ସମ୍ଭାବନା ଦେଖାଯାଉଛି । ୨ହଜାର ଟଙ୍କିଆ ନୋଟର ଅବଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅକ୍ଟୋବର ଶେଷ ପର୍ୟ୍ୟନ୍ତ ଏହି ନୋଟ୍ ବୈଧ ରହିବାର ସୂଚନା ମିଳିଛି ।