fbpx

ଆଜି ଅମାବାସ୍ୟାର କାଳ ରାତ୍ରୀ: ଭୁଲରେ କରନ୍ତୁନି ଏହିସବୁ କାମ, ନଷ୍ଟ ହୋଇଯିବ ଜୀବନ!

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂର୍ଣ୍ଣମୀ ଏବଂ ଅମାବାସ୍ୟା ତିଥିକୁ ଖୁବ ବିଶେଷ ମାନ୍ୟତା ଦିଆଯାଇଛି । ଆଜି ଅକ୍ଟୋବର ୨ ତାରିଖ ଆଶ୍ୱୀନ ମାସର ଅମାବାସ୍ୟା ତିଥି ଏବଂ ପିତୃପକ୍ଷର ଶେଷ ଦିନ ମଧ୍ୟ । ତେଣୁ ଏହାକୁ ପିତୃ ଅମାବାସ୍ୟା ବୋଲି କୁହାଯାଏ । ଏହାସହିତ ଆଜି ବର୍ଷର ଦ୍ୱିତୀୟ ସୂର୍ଯ୍ୟଗ୍ରହଣ ମଧ୍ୟ ରହିଛି । ଅମାବାସ୍ୟାର ରାତିକୁ ନେଇ କିଛି ନିୟମ ପୂର୍ବରୁ ମଧ୍ୟ କୁହାଯାଇଛି ଏବଂ କିଛି କାର୍ଯ୍ୟକୁ ବାରଣ କରାଯାଇଛି । ଅମାବାସ୍ୟା ରାତିରେ ସୂର୍ଯ୍ୟଗ୍ରହଣ ଲାଗିବାର ଏହିସବୁ ନିୟମକୁ ପାଳନ କରିବା ଉଚିତ ।

ହିନ୍ଦୁ ଧର୍ମରେ ଗ୍ରହଣକୁ ଅଶୁଭ ବୋଲି କୁହାଯାଇଛି । ସୂର୍ଯ୍ୟ, ଚନ୍ଦ୍ର ଗ୍ରହଣ ସମୟରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ, ତେଣୁ ଏହି ସମୟରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ସେହିପରି ଅମାବାସ୍ୟା ରାତିରେ ମଧ୍ୟ ନକରାତ୍ମକ ଶକ୍ତି ସକ୍ରିୟ ହୋଇଥାନ୍ତି । ତେଣୁ ଅମାବାସ୍ୟାର କଳା ରାତ୍ରୀକୁ ଖୁବ ବିପଦଜନକ ବୋଲି ବିଶ୍ୱାସ ରହିଛି । ଏହିଦିନ ଯଦି କିଛିଟା ଭୁଲ ହୁଏ, ଏହା ଜୀବନ ଅନେକ କୁପ୍ରଭାବ ପକାଇପାରେ । ତେଣୁ ଏସବୁ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ ।

  • ଅମାବାସ୍ୟା ରାତିରେ ସ୍ମଶାନ ଘାଟ କିମ୍ବା ନିଛାଟିଆ ସ୍ଥାନକୁ ଯାଆନ୍ତୁ ନାହିଁ । ଅମାବାସ୍ୟା ରାତିରେ ତନ୍ତ୍ର ସାଧନା ପାଇଁ ଖୁବ ଶୁଭ ହୋଇଥାଏ । ଅଘୋରୀ ଏବଂ ତାନ୍ତ୍ରିକ ସ୍ମଶାନ ଘାଟରେ ସାଧନା କରିଥାନ୍ତି, ଏଥିରୁ ଅସୁର ଶକ୍ତି ସକ୍ରିୟ ହୋଇଥାନ୍ତି । ଏହିସବୁ ସ୍ଥାନକୁ ଯିବା ଦ୍ୱାରା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର କ୍ଷତି ହୋଇପାରେ । ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ ଏହିସବୁ ସ୍ଥାନରେ ।
  • ଅମାବାସ୍ୟ ଏବଂ ପୂର୍ଣ୍ଣିମାରେ ଚନ୍ଦ୍ରମାର ବିଶେଷ ସ୍ଥିତି ଆମ ମନରେ ଖୁବ ପ୍ରଭାବ ପକାଇଥାଏ । ତେଣୁ ଲୋକଙ୍କ ଭାବନାର ତୀବ୍ରତା, କ୍ରୋଧ, ନକରାତ୍ମକତା ଅଧିକ ରହିଥାଏ । ତେଣୁ ଏହି ଦିନରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ କିମ୍ବା କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ଏହାଦ୍ୱାରା ବଡ଼ କ୍ଷତି ହୋଇପାରେ ।
  • ଆଜି ପିତୃ ଅମାବାସ୍ୟା ରାତିରେ ଭୁଲରେ ବି ଆମିଷ କିମ୍ବା ମଦ ଇତ୍ୟାଦି ସେବନ କରନ୍ତୁ ନାହିଁ । ନଚେତ୍ ପିତୃଦୋଷ ଆପଣଙ୍କ ପିଛା ଛାଡ଼ିବ ନାହିଁ । ପିତୃଦୋଷ ଦ୍ୱାରା ଆର୍ଥିକ ସମସ୍ୟା, ମାନସିକ-ଶରୀରିକ ସମସ୍ୟା, କ୍ୟାରିୟରରେ ବାଧା, ସନ୍ତାନ ପ୍ରାପ୍ତି ଇତ୍ୟାଦିର କାରଣ ସାଜିପାରେ ।
  • ଅମାବାସ୍ୟାରେ ପତି-ପତ୍ନୀଙ୍କୁ ଶାରୀରିକ ସମ୍ବନ୍ଧରୁ ଦୂରେଇ ରହିବାକୁ ହେବ । ଏହି ଦିନ ସମ୍ପର୍କ ରଖିଲେ, ଜନ୍ମିତ ଶିଶୁଙ୍କୁ ଶାରୀରିକ ତଥା ମାନସିକ ସମସ୍ୟା ହୋଇପାରେ । ତାଙ୍କ ଜୀବନ କଷ୍ଟଦାୟକ ହୋଇପାରେ । ପିତୃପୁରୁଷଙ୍କ ଅସନ୍ତୁଷ୍ଟି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ ।

Get real time updates directly on you device, subscribe now.