fbpx

ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ୭ଟାରୁ ୧ଟା ହେବ ପାଠପଢ଼ା

ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ଖରାର ତାତି କ୍ରମଶଃ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସକାଳୁଆ ଖୋଲିବ । ଆଜିଠାରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ନବମ, ଏକାଦଶ ୭ଟାରୁ ୯ଟା ପର୍ଯ୍ୟନ୍ତ ଓ ଦଶମ, ଦ୍ୱାଦଶ ୯ଟାରୁ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ ବୋଲି କୁହାଯାଇଛି ।

ତେବେ ସ୍କୁଲ ସକାଳୁଆ ହୋଇଥିଲେ ମଧ୍ୟ ଫେରିବା ସମୟରେ ଛାତ୍ରଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେବେ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଅଭିଭାବକ । ୧ଟା ସମୟରେ ଖରାରେ ଫେରିଲେ ଛାତ୍ରଛାତ୍ର ଅଂଶୁଘାତର ଶିକାର ହେେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝି କହିଛନ୍ତି । ସେହିପରି ସ୍କୁଲରୁ ଫେରିବା ସମୟରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.