fbpx

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ୧୮ ଦେଶର ୩୦୦ରୁ ଅଧିକ ଖେଳାଳି ସାମିଲ ହେବେ

କଟକ (ଭାସ୍କର ନ୍ୟୁଜ୍‌) : ଆଜିଠୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା । ଏଥିରେ ୧୮ ଦେଶର ୩୦୦ ପାଖାପାଖି ଖେଳାଳି । କରୋନା ଆତଙ୍କ ଯୋଗୁ ବିନା ଦର୍ଶକରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା । ତେଣୁ ରବିବାର ଠାରୁ ଦେଶ ବିଦେଶର ଖେଳାଳି ଏଠାରେ ପହଞ୍ଚିବାରେ ଲାଗିଛନ୍ତି । ବିଭିନ୍ନ ରାଜ୍ୟ ତଥା ଦେଶର ତାରକା ଖେଳାଳି ଭୁବନେଶ୍ୱର ସ୍ଥିତ୍‌ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଠାରେ ସମସ୍ତ କୋଭିଡ୍‌ ନିୟମ ପାଳନ କରାଯାଉଛି । ତେଣୁ ସମସ୍ତ ଖେଳାଳିଙ୍କର ପଞ୍ଜୀକରଣ କରାଯାଇଛି । ସେହିଭଳି ଖେଳାଳିଙ୍କର ପର୍ଯ୍ୟାୟକ୍ରମେ କିଟ୍‌ ଏବଂ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ୍‌ଠାରେ ଆରଟି ପିସିଆର ଟେଷ୍ଟ୍‌ କରାଯାଇଛି । ଗତକାଲି ୧୦୦ରୁ ଅଧିକ ଖେଳାଳି ଓଡ଼ିଶା ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ ପ୍ରମୁଖ ଖେଳାଳି ଏଥିରେ ଅଂଶ ଗ୍ରହଣ କରିବେ । ଓଡିଶାର ତାରକା ଖେଳାଳି ଋତପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ପଣ୍ଡା ,ସୌରଭ ବର୍ମା, ଶୁଭଙ୍କର ଦେ, ସାଇନା ନେହ୍ୱାଲ, ଅଶ୍ୱିନୀ ପୁନାପ୍ପା, ସିକି ରେଡ୍ଡୀ ପ୍ରମୁଖ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏଠାରେ ଦେଖିବାକୁ ମିଳିବ।

Get real time updates directly on you device, subscribe now.