ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ୩ ତାରିଖଠାରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କର ଟିକାକରଣ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ପ୍ରାୟ ୧୬ ଲକ୍ଷରୁ ଅଧିକ ପିଲା ଟିକା ନେଇଥିଲେ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ଦେଶରେ ମୋଟ ମୃତୁସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮କୁ ବୃଦ୍ଧି ପାଇଛି । ୧ ଲକ୍ଷ ୧୭ ହଜାର ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୨୬ ହଜାର ୩୮୬ରେ ପହଞ୍ଚିଛି । ୨୪ ଘଣ୍ଟାରେ ୩୦ ହଜାର ୮୩୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ରେ ପହଞ୍ଚିଛି । ୩ ଲକ୍ଷ ୭୧ ହଜାର ୩୬୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୯ କୋଟି ୬୬ ଲକ୍ଷ ୮୧ ହଜାର ୧୫୬ ଜଣ ଲୋକଙ୍କୁ ଟିକାକରଣ କରାଯାଇଛି ।
ସେହିପରି ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୦୭ରେ ପହଞ୍ଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓ ଦିଲ୍ଲୀରୁ ୪୬୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୧୯୯ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।