fbpx

ଆଜି ରାଜ୍ୟର ୩୦୭ଟି କେନ୍ଦ୍ରରେ ଚାଲିଛି OTET ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟର ୩୦୭ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେଉଛନ୍ତି । ପରୀକ୍ଷାର୍ଥୀ ଦୁଇଟି ପେପରରେ ପରୀକ୍ଷା ଦେବାକୁ ଥିବାବେଳେ ସକାଳ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୋଟିଏ ପେପର ଏବଂ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଆଉ ଗୋଟିଏ ପେପର ପରୀକ୍ଷା ହେବ । ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‍ ନେଇ ହୋଇଥିବା ଚର୍ଚ୍ଚାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଛି । ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନଥିବା ବୋର୍ଡ ସଭାପତି ରାମାସିସ୍‍ ହାଜ୍‍ରା ସୂଚନା ଦେଇଛନ୍ତି ।

ପୂର୍ବାହ୍ଣ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି । ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ଚାଲିବ। ଏଥିନିମନ୍ତେ ଗତ ୨୩ ତାରିଖଠାରୁ ଅନ୍‌‌ଲାଇନ୍‌‌ରେ ଆଡ୍‌‌ମିଟ୍‌‌ କାର୍ଡ ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଡ୍‌‌ମିଟ୍‌‌ କାର୍ଡ ପାଇବା ପରେ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଗୋଟିଏ ଦିନରେ ପରୀକ୍ଷା ଥିବାବେଳେ ବହୁ ଦୂରତ୍ୱ ବ୍ୟବଧାନରେ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ ପରୀକ୍ଷାର୍ଥୀମାନେ ଏହାର ପ୍ରତିବାଦ କରିଥିଲେ ।

Get real time updates directly on you device, subscribe now.