fbpx
BSKY SKY
BSKY SKY

ଆଜି ହେଉଛି ଜାତୀୟ ଡାକ୍ତର ଦିବସ

BSKY

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ମାନବ ସମାଜରେ ଡାକ୍ତରଙ୍କ ଭୂମିକାକୁ ମନେପକାଇ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ଏହି ଦିବସ ପାଳନ କରାଯାଏ । ଭାରତରତ୍ନ ପୁରସ୍କାରପ୍ରାପ୍ତ ଚିକିତ୍ସକ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କର ଆଜି ହେଉଛି ଜନ୍ମ ଓ ମୃତ୍ୟୁ ଦିବସ । ତାଙ୍କର ସେବା ମନୋଭାବ ଯୋଗୁଁ ୧୯୯୧ ମସିହାରୁ ଆଜିର ଦିନକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଇ ଆସୁଛି ।

ତେବେ ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟ ୧୮୮୨ ମସିହା ଜୁଲାଇ ୧ ତାରିଖରେ ବିଧାନ ଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ଓ ୧୯୬୨ରେ ସେହି ଦିନରେ ଅଶୀ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ସେ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ସେ ମଣ୍ଡିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାାନଙ୍କ ତ୍ୟାଗ, ସେବା, ଚିକିତ୍ସାକୁ ଉଚିତ୍ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ ।

Get real time updates directly on you device, subscribe now.