fbpx
BSKY
BJD SHG SKY
BJD MC SKY

(See Video) ଆଜି ଏସଡିଜେଏମ କୋର୍ଟରେ ଶୁଣାଣି: ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଦେବେ ନା ଆଉ କିଛି ନୂଆ ଝଟକା ଆସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାର ଶୁଣାଣି ହେବ । ଗଞ୍ଜାମ ଏସଡିଜେଏମଙ୍କ କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର କାଉଣ୍ଟର ଦେବେ ସୁମିତଙ୍କ ପକ୍ଷ । ପୂର୍ବରୁ ତପସ୍ୱିନୀଙ୍କୁ ମାସର ୧୦ ତାରିଖରେ ଭରଣ ପୋଷଣ ନିମନ୍ତେ ୧୭ ହଜାର ଦେବାକୁ ଜିଲ୍ଲା କୋର୍ଟ ଆଦେଶ ଦେଇଥିଲେ । ତେବେ ଆଜି ୧୦ ତାରିଖ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ତପସ୍ୱିନୀଙ୍କ ଶ୍ୱଶୁର ଗତ ୬ ତାରିଖ ରାତିରେ ଘରଛାଡ଼ି ଚାଲିଯାଇଥିବାରୁ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ସୁମିତ ଏହି ଅର୍ଥ ତପସ୍ୱିନୀଙ୍କୁ ପ୍ରଦାନ କରିବେ କି ଆଇନଗତ ଅନ୍ୟ କେଉଁ ଦିଗର ଆଶ୍ରୟ ନେବେ, ତାହା ଜଣାପଡ଼ିବ । କାରଣ ସୁମିତ ଜିଲ୍ଲା କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଅପିଲ କରିବେ ବୋଲି ତାଙ୍କର ଓକିଲ ପୂର୍ବରୁ ସୂଚନା ଦେଇଥିଲେ । ତେଣୁ ଏହି ଘଟଣା ଭିନ୍ନ ମୋଡ଼ ନେବାର ଅନୁମାନ କରାଯାଉଛି ।

ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ଘରୋଇ ହିଂସା ମାମଲାରେ ଆଗତ କରାଯାଇଥିବା ପିଟିସନର କାଉଣ୍ଟର ଦେବେ ତପସ୍ୱିନୀଙ୍କ ପକ୍ଷ । ତେବେ ଯଦି ଆବଶ୍ୟକ ହୁଏ, ତେବେ କାଉଣ୍ଟର ଦେବା ପାଇଁ ତପସ୍ୱିନୀଙ୍କ ପକ୍ଷ ସମୟ ନେଇପାରନ୍ତି ବୋଲି ସୂଚନା ମିଳୁଛି । ପୁଣି ସୁମିତଙ୍କ ଓକିଲ ଯଦି ଆଜି କାଉଣ୍ଟର ଦାଖଲ ନ କରନ୍ତି, ତେବେ ମାମଲା ପୁଣି ଗଡ଼ିବ । ଉଭୟ ଦମ୍ପତିଙ୍କ ଲକ୍ଷ୍ୟ ଅଲଗା ଅଲଗା ହୋଇଥିବାରୁ ଏହି ମାମଲା ସମାଧାନ ହେବାରେ ବିଳମ୍ବ ଘଟୁଛି । ସେହିପରି ସୁମିତ ମେଡିକାଲରେ ଗତ ୭ ତାରିଖରେ ଜଏନ କରିବାକୁ ଥିବାବେଳେ ସେ ପୁଣି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୫ ଦିନ ଛୁଟି ଆବେଦନ କରିଛନ୍ତି ।

Get real time updates directly on you device, subscribe now.