fbpx

ବିଶ୍ୱ ଅଙ୍ଗଦାନ ଦିବସ: ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଅଙ୍ଗଦାନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ । ଅଙ୍ଗଦାନ ଦିବସ ଉପଲବ୍ଧି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ହସ୍ପିଟାଲର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ର୍ୟାଲି ଓ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି ।

ତେବେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ। ଅଙ୍ଗ ଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଯାଏ। ଜଣେ ଜୀବିତି ବ୍ୟକ୍ତିର ଯକୃତ ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପ୍ରତିରୋପଣ କରାଯାଇପାରିବ। କେବଳ ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କର ଶରୀରର ଅଙ୍ଗ ଖରାପ କାରଣରୁ ମୃତ୍ୟୁ ହୋଇଥାଏ। ଶରୀରରେ ଏପରି କେତେକ ଅଙ୍ଗ ରହିଛି, ଯାହା ମୃତ୍ୟୁ ପରେ ମଧ୍ୟ ଦାନ କରାଯାଇପାରିବ। ଦାନ କରାଯାଇଥିବା ଅଙ୍ଗ କାହାର ଜୀବନ ମଧ୍ୟ ପରିବର୍ତ୍ତନ କରିପାରେ।

Get real time updates directly on you device, subscribe now.