fbpx

ଆଜି ଏନ୍‌ସିପି ସୁପ୍ରିମେ ଶରଦ ପୱାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, କେନ୍ଦ୍ର ବିରୋଧି ରାଜନୈତିକ ଦଳର ବରିଷ୍ଠ ନେତା ହେବେ ସାମିଲ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) :ଏନ୍‌ସିପି ସୁପ୍ରିମେ ଶରଦ ପୱାର ସୋମବାର କେନ୍ଦ୍ର ବିରୋଧି ରାଜନୈତିକ ଦଳର ବରିଷ୍ଠ ନେତା ଓ ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ଏକ ବୈଠକକୁ ଆମନ୍ତ୍ରଣ କରିଛନ୍ତି । ମଙ୍ଗଳବାର ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ବୈଠକରେ ଫାରୁକ୍‌ ଅବଦୁଲ୍ଲା, ୟଶବନ୍ତ ସିହ୍ନା, ପୱନ୍‌ ବର୍ମା, ସଞ୍ଜୟ ସିଂ, ଡି. ରାଜା, ଜଷ୍ଟିସ୍‌ ଏ.ପି. ସିଂ, ଜାଭେଦ୍‌ ଅଖତାର, କେଟିଏସ୍‌ ତୁଳସୀ, କରଣ ଥାପର ପ୍ରମୁଖ ସାମିଲ ହୋଇପାରନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ଦଳଙ୍କୁ ମଜଭୁତ୍‌ କରିବାକୁ ଶ୍ରୀ ପୱାର ଏହି ବୈଠକ ଡକାଇଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.