fbpx

Today’s gold rate : ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, ଜଣିନିଅନ୍ତୁ କେତେ ରହିଛି ଆପଣଙ୍କ ସହରରେ ମୂଲ୍ୟ

ଭୁବନେଶ୍ୱର : ସ୍ତ୍ରୀ ମାନେ ସୁନା ପିନ୍ଧିବାକୁ ଅଧିକ ଭଲପାଆନ୍ତି । ତେଣୁ ସେମାନେ ବହୁଳ ପରିମାଣରେ ସୁନା ରୂପା କିଣି ଥାନ୍ତି । ଆଜି ଭାରତୀୟ ବଜାରରେ ସୁନାର ଦାମ ସାମାନ୍ୟ ବଢିଯାଇଛି । ତେବେ କିଣିବା ପୂର୍ବରୁ ଆସନ୍ତୁ ଜାଣିବା ଭାରତୀୟ ବଜାରରେ କେତେ ରହିଛି ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୦୫୦ ଟଙ୍କା ହୋଇଛି । ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୨୦୦ଟଙ୍କା ଓ ୬୦,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୯୦ ଟଙ୍କା ଥିବା ରେକର୍ଡ କରାଯାଇଛି । ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୭,୧୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Get real time updates directly on you device, subscribe now.