fbpx

ତୀର୍ଥସ୍ଥାନରେ ହେଉ ଶୌଚାଳୟ

ଭୁବନେଶ୍ୱର,୧୪ ।୧୨ (ଓଡିଶା ଭାସ୍କର): ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ବଚ୍ଛତା ଅଭିଯାନ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ, ‘ପର୍ଯ୍ୟଟନସ୍ଥଳୀ ଓ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ହେଉ । ସ୍ବଚ୍ଛତା ହିଁ ସେବା ଅଭିଯାନରେ ପୁରସ୍କାର ପ୍ରଦାନ ଅବସରରେ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି ।
ତେବେ ସ୍ବଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛତାରେ ତୈଳ ଓ ଗ୍ୟାସ କମ୍ପାନିଙ୍କ କାର୍ଯ୍ୟକୁ ଧର୍ମେନ୍ଦ୍ର ପ୍ରଶଂସା କରିଛନ୍ତି । ଅଧିକ ବେସରକାରୀ ତୈଳ କମ୍ପାନି ଅଭିଯାନରେ ସାମିଲ ହେବାକୁ ସେ ଆହ୍ବାନ କରିଛନ୍ତି ।

Get real time updates directly on you device, subscribe now.