(video)ମେଡ଼ିକାଲ କଲେଜରେ ପାଇଖାନା ପାଣିରେ ହେଉଛି ରୋଷେଇ
ଏତେବଡ଼ କଲେଜ ହେଲେ ଏକି ବ୍ୟବସ୍ଥା? ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର ଓ ବିଶେଷଜ୍ଞଙ୍କୁ ଦିଆଯାଉଛି ଟଏଲେଟ ପାଣିରେ ରୋଷେଇ ହୋଇଥିବା ଖାଦ୍ୟ। ଭିଡ଼ିଓ ଭାଇରାଲ।
ମଧ୍ୟପ୍ରଦେଶ: ନିମନ୍ତ୍ରିତ ଅତିଥିଙ୍କୁ ଏ କି ପ୍ରକାର ସତ୍କାର। ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ। ସେ ପୁଣି ଛୋଟକାଟିଆ ଭୋଜି ନୁହେଁ। ବରଂ ନ୍ୟାସନାଲ ମେଡିକାଲ କନଫ୍ରେନ୍ସର ଭୋଜି। ଆଉ ଏହି ଭୋଜିକୁ ଏପରି ଉପାୟରେ ତିଆରି କରାଯାଉଛି। ଯାହାକୁ ଦେଖିଲେ ଆପଣ ଭୋଜି ଖାଇବା ଭୁଲିଯିବେ।
ହଁ ଆପଣମାନେ ଅନେକ ସମୟରେ ସରକାରୀ ମେଡିକାଲରେ ଚିକିତ୍ସା ସୁବିଧା ଏବଂ ବ୍ୟବସ୍ଥା କେତେ ସ୍ୱଚ୍ଛଳ ତାହା ତ ନିଶ୍ଚିତ ଭାବେ ଜଣିଥିବେ। ଏକଥା କହିବାର କିଛି ଆବଶ୍ୟକତା ନାହିଁ। ହେଲେ ଏବେ ଏକ ମେଡିକାଲ କଲେଜର ଭିଡିଓ ଭାଇରାଲ ହେଉଛି। ଯାହା ମେଡିକାଲ କଲେଜର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଲୋକଙ୍କ ମନରେ ଘୃଣା ସୃଷ୍ଟି କରୁଛି।
ଡାକ୍ତରଙ୍କ ପାଇଁ ତିଆରି ହେଉଛି ଖାଇବା: ତେବେ ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର ଜବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋସ୍ ମେଡିକାଲ୍ କଲେଜର ବୋଲି ସୂଚନା ମିଳିଛି। ଯେଉଁଠାରେ ନ୍ୟାସନାଲ୍ ମେଡିକାଲ୍ କନଫ୍ରେନ୍ସର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧାଯାଇଥିଲା। ହେଲେ ଖାଦ୍ୟକୁ ଦେଖି ସମସ୍ତଙ୍କ ହୋସ ଉଡିଯାଇଥିଲା।
ଲାଟିନ୍ ପାଣିରେ ରୋଷେଇ: ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ଏତେବଡ଼ ମେଡାକାଲ କଲେଜ। ସେଠାରେ ପୁଣି ବଡ଼ ବଡ଼ ପ୍ରଫେସର ଏବଂ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ହେଲେ ସେମାନଙ୍କ ପାଇଁ ରୋଷେଇ ହୋଇଛି ଟଏଲେଟ ପାଣିରେ।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ମେଡିକାଲ୍ କଲେଜର ଟଏଲେଟରେ ଲାଗିଥିବା ପାଇପର ଜେଟ୍ ସ୍ପ୍ରେରୁ ପାଣି ଆଣି ଅତିଥି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।
जबलपुर के सरकारी मेडिकल कॉलेज में राष्ट्रीय स्तर का कॉन्फ्रेंस था, एक वीडियो वायरल हुआ जिससे ऐसा लग रहा है कि खाना शौचालय में लगे नल के पानी से बना, प्रशासन का कहना है इस पानी से सिर्फ बर्तन धुले, जांच के आदेश दिए गए हैं pic.twitter.com/gl3CP88v6r
— Anurag Dwary (@Anurag_Dwary) February 11, 2025
କଲେଜର ସଫେଇ: ଏବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି, ଏତେବଡ଼ କଲେଜରେ କ’ଣ ପିଇବା ପାଣିର ସୁବିଧା ନାହିଁ। ଏହି ଭିଡ଼ିଓ ଭାଇରାଲ ହେଲାପରେ ମ୍ୟାନେଜମେଣ୍ଟ୍ ମଧ୍ୟ ମୁହଁ ଖୋଲିଛି ।
କଲେଜର ଡିନ୍ ନବନୀତ୍ ସକ୍ସେନା କହିଛନ୍ତି ସେହି ପାଣିର ବ୍ୟବହାର ଖାଇବା ପ୍ରସ୍ତୁତରେ ନୁହଁ କେବଳ ଅସନା ବାସନକୁ ଧୋଇବାରେ ବ୍ୟବହାର କରାଯାଇଥିଲା । କଲେଜକୁ ବଦନାମ୍ କରିବା ପାଇଁ ଏହି ଭିଡ଼ିଓକୁ ଭୁଲ୍ ଶୈଳୀରେ ଲୋକଙ୍କ ଆଗକୁ ଅଣାଯାଇଛି ।