fbpx

ଟମାଟୋ ମୂଲ୍ୟ କରିଦେଲା ନାଲି, ବର୍ଷାରେ ୮୦ଟଙ୍କା ଛୁଇଁଲା ଦର

Advertisement

ନୂଆଦିଲ୍ଲୀ: ମୌସୁମୀ ଯୋଗୁଁ ସାରା ଦେଶରେ ଭାରି ବର୍ଷା ଲାଗିରହିଛି । ଏହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିଛି । ଖାସକରି ରୋଷେଇ ମାମଲାରେ ଲୋକଙ୍କ ଖର୍ଚ୍ଚ ବଢିବାରେ ଲାଗିଛି । ରୋଷେଇରେ ଆଳୁ-ପିଆଜ ପରେ ଟମାଟୋର ମୂଲ୍ୟ ଅଧିକ ବଢିଛି ।

ରିପୋର୍ଟ ମୁତାବକ, ବିଲାତିର ମୂଲ୍ୟ କିଛିଦିନ ମଧ୍ୟରେ ଅଧିକ ବଢିଯାଇଛି । ବର୍ତ୍ତମାନ କିଲୋଗ୍ରାମ ପିଛା ୮୦ ଟଙ୍କା ହୋଇଯାଇଛି । ରିପୋର୍ଟ ମୁତାବକ ବର୍ଷା ଯୋଗୁଁ ଟମାଟୋ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଯେଉଁଥିରେ କିଛି ଖୁଚୁରା ବଜାରରେ ଟମାଟୋ ୮୦ ଟଙ୍କା କିଲୋଗ୍ରାମ ପିଛା ବିକ୍ରି ହେଉଛି ।

ସରକାରୀ ତଥ୍ୟ ଅନୁଯାୟୀ, ଟମାଟୋ ମୂଲ୍ୟ ଅଧିକ ବଢିନାହିଁ । ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜୁଲାଇ ୩ ତାରିଖରେ ଟମାଟୋର ଦୈନିକ ହାରାହାରି ଖୁଚୁରା ମୂଲ୍ୟ ୫୫ ଟଙ୍କାରେ ପହଞ୍ଚିଥିଲା, ଯାହା ଏକ ମାସ ପୂର୍ବରୁ ୩୫ ଟଙ୍କା ଥିଲା ।

Get real time updates directly on you device, subscribe now.