କାଲି ୪ଟାରେ ଭୁବନେଶ୍ୱରରେ ବାଜିବ ସାଇରନ୍, ଅଧଘଣ୍ଟା ଧରି ଚାଲିବ ମକଡ୍ରିଲ୍

ଭୁବନେଶ୍ୱର: କାଲି ଭୁବନେଶ୍ବରରେ ହେବ ମକଡ୍ରିଲ୍ । ଏ ନେଇ ସୂଚନା ଦେଲେ ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ ।

ସାଇରନ୍ ବାଜିବା ମାତ୍ରେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ବୋମା ବର୍ଷଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହେବ ମକଡ୍ରିଲ୍ ।

ଅପରାହ୍ଣ ୪ଟାରୁ ୪ଟା ୫ ପର୍ଯ୍ୟନ୍ତ ଲମ୍ବା ସାଇରନ୍ ବାଜିବ । ୧୫ ମିନିଟ୍ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନିବେଦନ ।

ଏହାପରେ ସାଇରନ୍ ବାଜିଳେ ମକଡ୍ରିଲ୍ ସରିବ । ଅପରାହ୍ନ ୪ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ।

ଜନସାଧାରଣଙ୍କୁ ସହଯୋଗ ପାଇଁ ନିବେଦନ କଳେ ଅଗ୍ନିଶମ ଆଇଜି । କାଲି ୧୨ ଜିଲ୍ଲାରେ ମକଡ୍ରିଲ କରାଯିବ ।